ଭୁବନେଶ୍ୱର– କ୍ରୀଡା, ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମଠାରେ ପହଞ୍ଚି କ୍ରୀଡ଼ାବିତମାନଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, କ୍ରୀଡ଼ା ପ୍ରତି ସେମାନଙ୍କର ଆଦର ଓ ଉତ୍କଣ୍ଠା ଦେଖି ମୁଁ ଆନନ୍ଦିତ। ନିଜର ଉଚ୍ଚସ୍ତରୀୟ କ୍ରୀଡ଼ାକୌଶଳ ମାଧ୍ୟମରେ ସେମାନେ ଓଡ଼ିଶାର ନାଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବେ ବୋଲି ମୁଁ ଦୃଢ଼ ଭାବରେ ଆଶାବାଦୀ ବୋଲି ସେ କହିଛନ୍ତି ।
Related Stories
November 23, 2024