-
ସମନ୍ୱିତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଧଶ
ଭୁବନେଶ୍ୱର– ମୋ ସରକାର ଏବଂ ୫-ଟି ସୁତ୍ରର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟରେ ନିୟାମକ ଅଭିନବୀକରଣରେ ବିଶାଳତଥ୍ୟ (ବିଗ୍ ଡାଟା ) ର ପ୍ରୟୋଗ ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି । ଏଥି ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ରାଜ୍ୟରେ ଏକ ତଥ୍ୟ ନିୟାମକ ଅଭିନବୀକରଣ କେନ୍ଦ୍ର (ଡ଼ି.ପି.ଅ ।ଇ.ସି) ବିକଶିତ କରିବା ବିଷୟରେ ଚିକାଗୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରସ୍ତାବ ରଖିଥିଲେ ।
ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ରାଜ୍ୟରେ ବିଭିନ୍ନ ବିଭାଗରେ ବର୍ତମାନ କାର୍ଯ୍ୟକ୍ଷମ ଥିବା ବ୍ୟବସ୍ଥା ସହ ଏକ ସମନ୍ୱିତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ବର୍ତମାନ ଅର୍ଥ ବିଭାଗ, ଯୋଜନା ଓ ସମନ୍ୱୟ ବିଭାଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମାନଙ୍କରେ ତଥ୍ୟ ସଂଗ୍ରହ ଏବଂ ଅନୁଶୀଳନ କାଯର୍ୟ କରାଯାଉଛି । ରାଜ୍ୟରେ ନିୟାମକ ଅଭିନବୀକରଣ ଏବଂ ସେବା ଯୋଗାଣ ଆଦି କ୍ଷେତ୍ରରେ ବିଶାଳ ତଥ୍ୟ (ବିଗ୍ ଡାଟା) ର ପ୍ରୟୋଗ ନିମନ୍ତେ ବୈଠକରେ ନିତୀଗତ ସହମତି ପ୍ରକାଶ ପାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡିଛି, ଡ଼ି.ପି.ଆଇ.ସି. ବିଗ୍ ଡାଟା ଏକତ୍ରୀକରଣ, ଆଧୁନିକଆର୍ଥିକ ଓ ପରିସଙ୍ଖ୍ୟାନ ମୋଡେଲ୍ ମାଧ୍ୟମରେ ସେସବୁର ଅନୁଶୀଳନ ଏବଂ ନିଷ୍କର୍ଷ ଭିତିରେ ପ୍ରଚଳିତ ନିୟାମକର ଅଭିନବୀକରଣ ଆଦି ପାଇଁ ଏକ ଉକ୍ତୃଷ୍ଟ କେନ୍ଦ୍ର ଭାବେ ସହାୟକ ହୋଇପାରିବ । ପ୍ରଶାସନିକ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ବିଗ୍ ଡାଟା ର ପ୍ରୟୋଗ ଉପାଦେୟତା ରହିଛି । ରାଜ୍ୟରେ ମୁଖ୍ୟତଃ ଜଳ ଓ ବିଦୁ୍ୟତର ଉପଯୁକ୍ତ ବିନିଯୋଗ, କୃଷି ବିବିଧକରଣ, ପ୍ରଦୁ୍ୟଷଣ ନିୟନ୍ତ୍ରଣ, ଶିକ୍ଷାଗ୍ରହଣ ଫଳାଫଳର ଅବିବୃଦ୍ଧି, ବିଦୁ୍ୟତ ବଂଟନ ପ୍ରକ୍ରିୟାଜନିତ କ୍ଷତିର ନିୟନ୍ତ୍ରଣ ଆଦି ବିଷୟରେ ଏହା ଅଧିକ ଉପାଦେୟ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ଏହି କାର୍ଯ୍ୟ ରାଜ୍ୟ ସରକାର ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟଙ୍କର ସହଭାଗିତାରେ କରିବା ନିମନ୍ତେ ବୈଠକରେ ପ୍ରସ୍ତାବ ଦିଅ ।ଯାଇଥିଲା ।
ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉପôାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ଚିକାଗୋ ୟୁନିଭରସିଟି ଶକ୍ତି ନିୟାମକ ଇନଷ୍ଟିଚୁ୍ୟଟ୍ ର ଦକ୍ଷିଣ ଏସିଆ ନିଦେ୍ର୍ଧଶକ ଡ଼ଃ ଅନନ୍ତ ସୁଦର୍ଶନଙ୍କ ସମେତ ବିଶେଷକମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।