ବାରଣାସୀ– ଉତର ପ୍ରଦେଶର ବାରଣାସୀରେ ବିଶ୍ୱ ପ୍ରସିଦ୍ଧ ଦେବ ଦିପାବଳୀ ପର୍ବକୁ ଦେଖିବା ପାଇଁ ପୂରା ସହରକୁ ଆଜି ମଧ୍ୟରାତିରୁ ନଭେମ୍ବର 16 ମଧ୍ୟରାତି ଯାଏ ନୋ ଫ୍ଲାଇ ଜୋନ ଘୋଷଣା କରାଯାଇଛି । ବାରଣାସୀରେ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଦେବ ଦିପାବଳୀ ପର୍ବ ପାଳନ କରାଯାଏ ।ବାରଣାସୀର ଅପର ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରତିବନ୍ଧକ ନଭେମ୍ବର 12ରୁ ନଭେମ୍ବର 16 ଯାଏ ପ୍ରଭାବୀ ରହିବ । ନିର୍ଦ୍ଦେଶରେ କୁହାଯାଇଛି ଯେ, ଦେବ ଦୀପାବଳି ଅବସରରେ ଗଙ୍ଗାକୂଳରେ ଲକ୍ଷାଧିକ ଶ୍ରଦ୍ଧାଳୁ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ବିଶିଷ୍ଟ ଅତିଥିଙ୍କ ଆଗମନ କାରଣରୁ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳାକୁ ବିଶେଷ ଧ୍ୟାନରେ ରଖିବା ଆବଶ୍ୟକ ଅଟେ । ଏହି ଅବସରରେ ଭିଡ ଓ ବିଶିଷ୍ଟ ଅତିଥିଙ୍କ ଭ୍ରମଣ ସ୍ଥିତିକୁ ଦେଖି ବିନା ଅନୁମତିରେ ଡ୍ରୋନ, ଗୁଡି, ବେଲୁନ, ରିମୋଟ କଂଟ୍ରୋଲ ମାଇକ୍ରୋ ଲାଇଟ୍ସ ଏୟାରକ୍ରାଫ୍ଟ ଓ ପାରାଗ୍ଲାଇଡରର ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୋଇଛି ।
Related Stories
November 21, 2024