କୋଲକାତା -ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଦ୍ୱିତୀୟ ବର୍ଷର ଏକ ନର୍ସିଂ ଛାତ୍ର ତାଙ୍କ ହଷ୍ଟେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି କାରଣରୁ ପୁଣି ଥରେ ଏହି ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।ଏହା ଉପରେ ପେଲିସ ସୋମବାର ଏକ ବିବୃତ୍ତି ଜାରି କରିଛି।ପ୍ରଶାସନ କହିଛି ଯେ ସହପାଠୀଙ୍କ ସହ ବିବାଦ ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ପୋଲିସ ସୁଚନାନୁସାରେ ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଥିଲା,ଯେତେବେଳେ ଲାଇଟ ବନ୍ଦ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।
କୁହାଯାଉଛି ଯେ ଛାତ୍ର ଜଣକ ପଶ୍ଚିମବଙ୍ଗର ପୁରୁଲିୟା ଜିଲ୍ଲାର ବାସିନ୍ଦା ଏବଂ ଏହି ସମୟରେ ଡାକ୍ତରଖାନାରେ ଟ୍ରାମା କେୟର ୟୁନିଟରେ ଚିକିତ୍ସିତ ହେଉଛନ୍ତି।ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ,ଛାତ୍ରଜଣକ କଲେଜ ମ୍ୟାନେଜମେଣ୍ଟରେ ମଧ୍ୟ ଅଭିଯୋଗ କରିଥିଲେ,କିନ୍ତୁ ମ୍ୟାନେଜମେଣ୍ଟ ତାଙ୍କୁ ଦାୟୀ କରିଥିଲା,ଯେଉଁଥିପାଇଁ ସେ ମାନସିକ ଚାପରେ ରହିଥିଲେ।ପୋଲିସ ସୁଚନା ଦେଇଛି ଯେ ଛାତ୍ରଜଣକ ଗୁରୁତର ଅବସ୍ଥାରେ ରକ୍ତରେ ଭିଜିଯାଇଥିଲା ଏବଂ ଅନ୍ୟ ଛାତ୍ରମାନେ ତାଙ୍କୁ ଉଦ୍ଧାର କରିଥିଲେ।ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।
Related Stories
November 21, 2024