ଭୁବନେଶ୍ୱର– ନୂଆ ବର୍ଷ ଜାନୁଆରୀ ଏକ ତାରିଖରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ । ତାରିଖ ଚୂଡାନ୍ତ ନ ହୋଇଥିଲେ ବି ଜାନୁଆରୀ ଏକ ତାରିଖ ପାଇଁ ପ୍ରସ୍ତାବ ଦିଆଯାଇଛି । କପଡା ଅଣାଯିବ, ଟେଲର ଚୂଡାନ୍ତ ହେବ, ଯାହା ସମୟ ଲାଗିବ ବୋଲି ନର୍ସିଂ ନିର୍ଦ୍ଦେଶକ ଗୁନୁରାଣୀ ପଟ୍ଟନାୟକ କହିଛନ୍ତି । ନର୍ସିଂ କର୍ମଚାରୀ ଆନ୍ଦୋଳନ କରି ଡ୍ରେସ ବଦଳିବା ପାଇଁ ଦାବି କରିଥିଲେ । ଏହାକୁ ବଦଳିବା ପାଇଁ ସ୍ୱାସ୍ଥ୍ୟ ସଚିବ ଗତ ନଭେମ୍ବର 8ରେ ଅନୁମୋଦନ ଦେଇଛନ୍ତି । ସବୁ ଜିଲ୍ଲାକୁ ଚିଠି ହୋଇଯାଇଛି । ନର୍ସିଂ କର୍ମଚାରୀଙ୍କ ଅନ୍ୟ ଦାବି ଭିତରେ ଗ୍ରେଡେସନ ଲିଷ୍ଟ ଓ ଖାଲି ପଦବୀ ପୁରଣ ଥିଲା । ଗ୍ରେଡେସନ ଲିଷ୍ଟ ପାଇଁ କାମ ଚାଲିଛି । 80 ପ୍ରତିଶତ ସିଡିଏମଓମାନେ ଏହା ପଠାଉଛନ୍ତି । ଏଠି ଯାଞ୍ଚ ଚାଲିଛି । ଭୁଲ ବାହାରିଲେ ଫୋନ ଜରିଆରେ କହୁଛୁ ଆଉ ଥରେ ପଠାଇବାକୁ । ଯେଉଁମାନେ କେସ କରିଛନ୍ତି, ଉତ୍ତର ରଖିବାକୁ ସମ୍ପୃକ୍ତ ସିଡିଏମଓମାନଙ୍କୁ କୁହାଯାଇଛି । ଖୁବ ଶୀଘ୍ର ଗ୍ରେଡେସନ ଲିଷ୍ଟ ବାହାରିବ । ରାଜ୍ୟରେ 15,242 ନର୍ସିଂ କର୍ମଚାରୀ ଅଛନ୍ତି ବୋଲି ଗୁନୁ ରାଣୀ ପଟ୍ଟନାୟକ କହିଛନ୍ତି ।
Related Stories
November 21, 2024
November 21, 2024