କେନ୍ଦ୍ରାପଡ଼ା – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକେଟ ନେବା ଲାଗି ରୋଗୀଙ୍କୁ ଛିଡା ହେବାକୁ ପଡୁଛି ୩/୪ଘଣ୍ଟା । ଘଟଣାରୁ ପ୍ରକାଶ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାପାଇଁ ଦୈନିକ ୧ ହଜାରରୁ ଉର୍ଦ୍ଧ୍ୱ ରୋଗୀ ଆସୁଥିବା ବେଳେ ଟିକେଟ କାଉଣ୍ଟର ଅଭାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ୯ଟି ବ୍ଲକ ସମେତ ନିକଟବର୍ତୀ ଜଗତସିଂହପୁର, ଯାଯପୁର ଅଂଚଳର କେତେକ ରୋଗୀ ଏହି ଚିକିତ୍ସାଳୟକୁ ଚିକିତ୍ସାପାଇଁ ଆସିଥାନ୍ତି । ତେବେ ୨ଟି କାଉଂଟରରେ ଟିକେଟ ମିଳୁଥିବାରୁ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ରୋଗୀ ଘଂଟା ଘଂଟା ଧରି ଲାଇନରେ ଛିଡା ହେବା ଫଳରେ ଟିକେଟ ନେଲା ବେଳେକୁ ଆଉଟଡୋରରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ଦିନ ୧୨ଟାରୁ ଡାକ୍ତରଙ୍କ ଡ୍ୟୁଟି ସରିଯାଉଥିବାରୁ ସମସ୍ତ ରୋଗୀ ଚିକିତ୍ସା ପାଇ ପାରୁନାହାଁନ୍ତି । ବିଶେଷ କରି ଶିଶୁ ଓ ମହିଳା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗୁରୁତର ଥିବା ରୋଗୀ ଓ ବୟସ୍କ ରୋଗୀ ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବା ଅସମ୍ଭବ ହୋଇ ପଡୁଛି । ଅଧିକାଂଶ ରୋଗୀ ଟିକେଟ ନେବା ପରେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଏକମାତ୍ର ଜଣେ ଡାକ୍ତରଙ୍କୁ ଦେଖାଇବା ପାଇଁ ସେଠାରେ ମଧ୍ୟ ଘଂଟା ଘଂଟା ଧରି ଲାଇନରେ ଛିଡା ହେବାକୁ ପଡୁଛି । ଏ ନେଇ ବାରମ୍ବାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରାଗଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଉନାହିଁ । ଜିଲ୍ଲାପାଳ ଟିକେଟ କାଉଣ୍ଟରକୁ ସଂପ୍ରସାରିତ କରି ଅଧିକ କର୍ମଠ ଓ କର୍ମଚାରୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି ।
Related Stories
January 15, 2025