ନୁଆଦିଲ୍ଲୀ -ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଦିବସ (ଏନଏଚଆରସୀ)ବିଦେଶ ମନ୍ତ୍ରାଳୟ ସହଯୋଗରେ ରାଷ୍ଟ୍ରୀୟ ମାନବାଧିକାର ପ୍ରତିଷ୍ଠାନ (ଏନଏଚଆରଆଇ)ର ବରିଷ୍ଠ ଅଧିକାରୀଙ୍କ ପାଇଁ ୧୧ ରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ଛଅ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ଆଇଟୀଇସୀ)କାର୍ଯ୍ୟନିର୍ବାହୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମାଲଦୀୱ,ମଙ୍ଗୋଳିୟା,ମ୍ୟାମାର,ନେପାଳ,ଫିଲିଫିନ୍ସ,ଶ୍ରୀଲଙ୍କା ,ଥାଇଲାଣ୍ଡ ଏବଂ ଜାର୍ଡନ ସମେତଆଠଟି ଦେଶର ମାନବାଧିକାର ଆୟୋଗର ଅଂଶଗ୍ରହଣକାରୀ ଯୋଗଦେବେ ।ଗ୍ଲୋବାଲ ସାଉଥ ଦେଶର ମାନବାଧିକାର ଆୟୋଗ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ କ୍ଷେତ୍ରରେ ମାନବାଧିକାରର ପ୍ରୋତ୍ସାହନ ,ସୁରକ୍ଷା ତଥା ମଜବୁତ କରିବାକୁ ଲକ୍ଷ୍ୟ କରାଯାଇଛି ।ଏହି ପ୍ରତିଯୋଗିତାକୁ ମାନବାଧିକାରର ବିଭିନ୍ନ ଅଂଶଗ୍ରହଣକାରୀମାନଙ୍କୁ ବହୁମୁଲ୍ୟ ସୁଚନା ପ୍ରଦାନ କରିବ ।