କୋଲକାତା– ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାର୍ଜିଲିଂର ଦୁଇଦିନିଆ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରଶାସନିକ ବୈଠକ ବ୍ୟତୀତ ଦାର୍ଜିଲିଂର ଚୌରାସ୍ତାରେ ସରସ ମେଳାର ଉଦ୍ଘାଟନ ମଧ୍ୟ କରିବେ । ସଚିବାଳୟର ଏକ ଅଧିକାରୀଙ୍କ ଅନୁଯାୟୀ, ସୋମବାର ରାଜିରେ ମମତା ବାନାର୍ଜୀ ଦାର୍ଜିଲିଂ ପହଂଚିବେ ଏବଂ ମଙ୍ଗଳବାର ଦୋପହର ୩.୩୦ରେ ଗୋରଖା ଟେରିଟୋରିୟାଲ ଏଡମିନିଷ୍ଟ୍ରେଶନ(ଜିଟିଏ) ସହିତ ପ୍ରଶାସନିକ ବୈଠକ କରିବେ । ଏହାପରେ ବୁଧବାର ଦ୍ୱିପହର ତିନିଟାରେ ଦାର୍ଜିଲିଂରେ ସରସ ମେଳାର ଉଦ୍ଘାଟନରେ ତାଙ୍କର କାର୍ଯ୍ୟକ୍ରମ ଅଛି ।
Related Stories
November 21, 2024