ଯୋଡ଼ା– କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଧାନବାଦ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଅଧିନ ଭୁବନେଶ୍ବର ଧାତବ ଖଣି ସମୂହ ଜୋନ ପକ୍ଷରୁ ଆୟୋଜିତ ୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ନିମନ୍ତେ ବଲାଣି ଖଣି ସ୍ଥିତ ଏମଭିଟିସି ପରିସରରେ ଏହାର ଶୁଭାରମ୍ଭ ହୋଇଯାଇଛି । ଏହା ଏକ ସପ୍ତାହ ଧରି ଖଣିରେ ପାଳନ ହୋଇ ଆସନ୍ତା ୧୯ ତାରିଖ ଖଣି ନିରୀକ୍ଷଣ ଏବଂ ଜେଏନଆରସି ଠାରେ ପ୍ରଚାର ପ୍ରସାର ସହିତ ସମାପନ ହେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନ ଉତ୍ସବରେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁରକ୍ଷା ଧ୍ଵଜା ଉତ୍ତୋଳନ କରିବା ସହିତ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଶପଥ ପାଠ କରାଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ମୁଖ୍ୟ ଅଧିକାରୀ ଖଣି ସୁରକ୍ଷା ଆଧାରିତ ସାଧାରଣ କାର୍ଯ୍ୟ ପଦ୍ଧତି କୁ ଯେ କୌଣସି ପରିସ୍ଥିତିରେ ଅନୁପାଳନ କରିବା ଉପରେ ଆଲୋକପାତ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ମୋବାଇଲ ଫୋନକୁ ବର୍ଜନ କରିବାକୁ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, ଅଧିକାରୀ ଓ କର୍ମଚାରୀ ଖଣି ସୁରକ୍ଷା ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଖଣିର ସୁରକ୍ଷା ଅଧିକାରୀ ଚନ୍ଦନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଉମେଶ ଭାସ୍କର, ବୁଦ୍ଧଦେବ ନାଏକ,ବିଜୟ କେଭିନ ଘୋଷ, ରାହୁରାଜ ମଣ୍ଡଳ, ଏସ୍ ଲସ୍କର, ରାଧାକାନ୍ତ ଜେନା,ମହମ୍ମଦ ସହଜାଦ ଓ ଗୁରୁଚରଣ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ଖଣିର ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ, ଖଣି କର୍ମଚାରୀ, ଠିକା କର୍ମଚାରୀ ଓ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର ଅଧିକାରୀ ଓ ଯବାନ ଉପସ୍ଥିତ ଥିଲେ ।
Related Stories
November 21, 2024
November 21, 2024