
ଭୁବନେଶ୍ୱର – ପୂର୍ବେ ମା’କୁ ସମ୍ମାନ, ଗାଁକୁ କାମ ଏବଂ ଏବେ ପ୍ରଶାସନର ସ୍ୱଚ୍ଛତା ପାଇଁ ୫ – ଟି ବ୍ୟବସ୍ଥା ପ୍ରଚଳନ କରି ସ୍ୱଚ୍ଛ ଏବଂ ସଫଳ ଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର କିନ୍ତୁ ବାସ୍ତବ କ୍ଷେତ୍ରରେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ । ବିଶେଷକରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଗୃହ ବିଭାଗ ସଂପୂର୍ଣ୍ଣ ଅପାରଗ, ଦୁର୍ନୀତିଖୋର ହୋଇପଡ଼ିଛି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଟିଗଡ଼ିଆ ପଂଚାୟତ ଅଧିନସ୍ଥ ହରିଚନ୍ଦନପୁର ଗ୍ରାମର ଗଣ ଦୁଷ୍କର୍ମ ପୀଡ଼ିତାର ଦୟନୀୟ ଅବସ୍ଥା ପ୍ରତି ରାଜ୍ୟ ସରକାର ଉଦାସୀନ ।
ଅନ୍ୟପକ୍ଷରେ ଏହି ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଘୋଷଣା କରିଛନ୍ତି ଯେଉଁଥରେ କି ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଆବାହକ ରହିଛନ୍ତି । ପୂର୍ବତନ ଆଇଜ୍ ପୋଲିସ ଶ୍ରୀ ବଟକୃଷ୍ଣ ତି୍ରପାଠୀ, ପିସିସି ଉପସଭାପତି ତଥା ବରିÂ ଆଇନଜୀବୀ ଶିବାନନ୍ଦ ରାୟ, ବନ୍ଦିତା ପରିଡ଼ା, ସ୍ମୃତିରେଖା ପହି, ଶୁଭଶ୍ରୀ ପଣ୍ଡା, ରିତାଶ୍ରୀ ମହାନ୍ତି, ମନୋରଞ୍ଜନ ଦାଶ, ଉମେଶ ଜେନା ଓ ଅଜୟ ସାମଲ ଏହି କମିଟିରେ ସଭ୍ୟ ରହିଛନ୍ତି । ଏହି କମିଟି ଆସନ୍ତାକାଲି ହରିଚନ୍ଦନପୁର ଗସ୍ତକରି ଘଟଣାର ଅନୁସନ୍ଧାନ କରିବ ।
ଶ୍ରୀ ମାଝୀ କହିଛନ୍ତି ଗତ ଜାନୁଆରୀ ୧୪ ତାରିଖରେ ପୀଡିତାଙ୍କୁ ଅପହରଣ କରାଯାଇଥିଲାଏବଂ ଗତ ଜାନୁଆରୀ ୧୮ ତାରିଖ ସଂନ୍ଧ୍ୟା ୪ଘଂଟା ସମୟରେ ବାରବାଟୀ ବ୍ରିଜ୍ ଉପରେ ତାଙ୍କୁ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣାରେ ସଂପୃକ୍ତ ଥିବା ଅପରାଧି ସତ୍ୟନାରାୟଣ ସାମଲ (ପିଂଟୁ) ପୀଡ଼ିତାର ପିତାଙ୍କୁ ଫୋନ କରି ଏସମ୍ପର୍କରେ ଜଣାଇଥିଲା । ଏହି ଅପହରଣ ଏବଂ ଗଣଦୁଷ୍ମର୍ମ ଘଟଣାରେ ସତ୍ୟନାରାୟଣର ଭଉଣୀ ପୋଲିସ କନେଷ୍ଟବଳ ରଂଜିତା ବାରିକ ଏବଂ ଭିଣୋଇ ପୋଲିସ କନେଷ୍ଟବଳ ସନ୍ତୋଷ ବାରିକ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ରହିଛନ୍ତି । ପୀଡ଼ିତାର ପିତାଙ୍କ ଏତଲା ଦେବାକୁ ଗଲାବେଳେ ଜାରକା ଫାଣ୍ଡି ରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଘଟଣାର ୧୦ଦିନ ପରେବି ଅନ୍ୟ ଦୁଇ ଅପରାଧି ସନ୍ତୋଷ ଏବଂ ରଞ୍ଜିତାକୁ ଗିରଫ କରିବାରେ ପୋଲିସ ଅସମର୍ଥ ହୋଇଛି । ଏବେ ପୀଡ଼ିତା ନ୍ୟାୟ ମାଗୁଛି ମାତ୍ର ଏ କ୍ଷେତ୍ରରେ ଫାଇଭ-ଟି ଏକ ପ୍ରହସନ ହୋଇପଡ଼ିଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ପୀଡ଼ିତାକୁ ସରକାରୀ ବିଧିବ୍ୟବସ୍ଥା ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ତୁରନ୍ତ ଘୋଷଣା କରିବା ସହ ଅପରାଧୀଙ୍କୁ ଘଂଟ ଘୋଡାଇଥିବା ଦୁଇ କନେଷ୍ଟବଳକୁ ଶୀଘ୍ର ଗିରଫ କରିବାପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସ୍ମୃତିରେଖା ପହି ଉପସ୍ଥିତ ଥିଲେ ।