ଭୁବନେଶ୍ୱର- ରାଜଧାନୀ ଉପକଣ୍ଠରେ ପୁଣି ମାତିଲେ ଲୁଟେରା । ପଥରଗାଡିଆ ଶ୍ରୀ ଗଣେଶ ବିହାରର ଘରେ ପଶି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବିଧାନସଭାର ଅବସରପ୍ରାପ୍ତ ଅଧିକାରୀକାରୀଙ୍କ ଘରୁ ଲୁଟ ହୋଇଥିବା ଜଣାପଡିଛି । ଘରର ଝରକା ତାଡି କଳାକନା ବୁଲାଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । 20ଭରି ସୁନା ଏବଂ ନଗଦ ଟଙ୍କା ଲୁଟ ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଂଚି ଛାନଭିନ କରୁଛି ।
Related Stories
November 12, 2024
November 12, 2024