ବୌଦ୍ଧ- ଜମିର ବଜାର ମୂଲ୍ୟକୁ ଆକଳନ କରାଯାଇ ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ଅଥରିଟି ଅଦାଲତର ବୌଦ୍ଧ ଠାରେ କ୍ୟାମ୍ପ କୋର୍ଟ କରାଯିବା ଦାବୀ ନେଇ ଆଜି ବୌଦ୍ଦ ଜିଲାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାରେ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଏହାର ଜମି ଅଧିଗ୍ରହଣ ପ୍ରକିୟା ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଗେଇ ପାରୁନାହିଁ । ଅନ୍ୟପକ୍ଷରେ ପ୍ରକଳ୍ପ ନିର୍ମାଣ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ୧୦୦୦ ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନଙ୍କ ଦାବୀ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରୁଛନ୍ତି । କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ଆବାହାକ ପ୍ରଦୋଷ କୁମାର ମିଶ୍ର, ସଭାପତି ସଲିଳ କୁମାର ଭୋକ୍ତା ଓ ସଂପାଦକ ଜନ୍ମେଜୟ ପ୍ରଧାନଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତା ମାନେ ସକାଳ ୬ ଟାରୁ ସହରର ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ବୌଦ୍ଧ ସହରର ଏନଏସି ଛକ, ମହାନଦୀ ବ୍ରିଜଛକ ଠାରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ସହରର ଦୋକାନ ବଜାର , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , କୋର୍ଟ କଚେରୀ ସବୁ ସଂପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ଠପ ହୋଇଯାଇଛି । ଆନ୍ଦୋଳନକାରୀ ମାନେ ଜିଲାଦୌରା ଜଜ୍ଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, ଡାକଘର, ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରି ସେସବୁକୁ ବନ୍ଦ କରିଦେଇଥିଲେ । ବିଚାରପତି ମାନେ କୋର୍ଟକୁ ଆସୁଥିବା ବେଳେ ଆନ୍ଦୋଳନକାରୀ ମାନେ ସେମାନଙ୍କୁ କୋର୍ଟକୁ ଛାଡି ନଥିଲେ, ଫଳରେ ବିଚାରପତି ମାନେ ଫେରିଯାଇଥିଲେ । ବନ୍ଦକୁ ଦୃଷ୍ଟିରେ ରଖି ସହର ସାରା ବ୍ୟାପକ ପୋଲିସ ମୃତୟନ କରାଯାଇଛି । କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ଦ୍ୱାରା ଆହୁତ ବନ୍ଦ ପାଳନପ୍ରତି ସମର୍ଥନ ଜଣାଇ ଜିଲାର ସମଗ୍ର ଅଂଚଳ ବନ୍ଦ ରହିଛି , ବନ୍ଦ ପାଳନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଛି । ବନ୍ଦ ପାଳନରେ ମାନଭଂଜନ ସାମଲ, ସୂର୍ଯ୍ୟନାରାୟଣ ମହାପାତ୍ର, ସଂଗଗ୍ରାମ ବେହେରା , ରାମ ଭୁକ୍ତା ପ୍ରମୁଖ ଶତାଧିକ ସାଧାରଣ ଲୋକେ ସାମିଲ ହୋଇଥିଲେ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧଜିଲାରେ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଅଛି । ଖୋର୍ଦ୍ଧା ପଟୁ ମହିପୁର ପର୍ଯ୍ୟନ୍ତ ଓ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ରେଳପଥ ନିର୍ମାଣ ସରିଥିବାବେଳେ ବୌଦ୍ଧଜିଲାରେ ସର୍ବାଧକ ପ୍ରକଳ୍ପ କାର୍ଯ୍ୟ ପଛୁଆ ରହିଛି । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ବୌଦ୍ଧରେ ୨୨୭୦ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଚାଲିଥିବାବେଳେ କ୍ଷତିଗ୍ରସ୍ତ ପ୍ରଜାମାନେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରୁଛନ୍ତି । ପ୍ରକଳ୍ପ ନିର୍ମାଣ ଦ୍ୱାରା ୧୦୦୦ ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବାସହରା ହେବାକୁ ଯାଉଥିବାବେଳେ ସେମାନଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ । କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ଆଇନ ୨୦୧୩ ଓ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଆଇନ ୨୦୧୬ ପ୍ରକାରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥିର କରାଯାଇଥିବାବେଳେ ଜମିର ସରକାରୀ ମୂଲ୍ୟ(ବେଞ୍ଚମାର୍କ ଭେଲ୍ୟୁ) ବହୁତ କମ ଥିବାରୁ ପ୍ରଜାମାନଙ୍କ ଜମିକୁ ଶାଗମାଛ ଦରରେ କ୍ଷତିପୂରଣ ପ୍ରଦାନ କରାଯାଉଥିବା କ୍ଷତିଗ୍ରସ୍ତ ପ୍ରଜାମାନେ ଅଭିଯୋଗ କରିଛନ୍ତି । ତେଣୁ ଜମିର ବଜାର ମୂଲ୍ୟକୁ ଆକଳନ କରାଯାଇ ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏହି ପ୍ରକଳ୍ପରେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉଚିତ ମୂଲ୍ୟ ଓ କ୍ଷତିପୂରଣ ପ୍ରଦାନ ସକାଶେ ବ୍ରହ୍ମପୁର ଠାରେ ଥିବା ଅଥରିଟି ଅଦାଲତ ଉପରେ ନିର୍ଭର କରିଥାନ୍ତି । ତେଣୁ କ୍ଷତିଗ୍ରସ୍ତ ପ୍ରଜାଙ୍କ ମାମଲାର ଶୁଣାଣୀ କରାଯିବାକୁ ବୌଦ୍ଧଠାରେ ଏକ କେମ୍ପ କୋର୍ଟ କରି ମାମଲା ଗୁଡିକର ଫଇସଲା କରାଯିବାକୁ ଦାବି କରାଯାଇଛି । ବହୁବାର ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ କାର୍ଯ୍ୟାନୁଷ୍ଠାନ ସକାଶେ ଜଣାଇବା ସତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ହିନ୍ଦୁସ୍ଥାନ ସମାଚାର/ସଂପତ୍
Related Stories
November 25, 2024