ଭୁବନେଶ୍ୱର– ପୂର୍ବ ସରକାରର ନିଷ୍ପତ୍ତିକୁ କେବଳ ଲାଗୁ କରି ବାହା ବାଃ ନେଉଛି ମୋହନ ସରକାର । ଆଜି ଏଭଳି କିଛି ପ୍ରତିକ୍ରିୟା ରଖି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ଯେ, ମୋହନ ସରକାରକୁ 5 ମାସ ପୁରିବାକୁ ଯାଉଛି। ଯାହା ବି ନିଷ୍ପତ୍ତି ନେଉଛନ୍ତି ତାହା ପୂର୍ବ ସରକାରର ଅନୁକରଣ। ପୂର୍ବ ସରକାର ନିଷ୍ପତ୍ତିକୁ କେବଳ ଲାଗୁ କରି ବାହା ବାଃନେବାକୁ ଅପଚେଷ୍ଟା କରୁଛନ୍ତି ଏ ସରକାର। କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅତିରିକ୍ତ 10 ଦିନ ଛୁଟି ମହିଳାଙ୍କୁ ମାସିକ ଋତୁସ୍ରାବ ପାଇଁ ଦିଆଯିବ ବୋଲି ଘୋଷାଣ କଲେ। କିନ୍ତୁ ବିଜେଡ଼ି ସରକାର ଏ ନିଷ୍ପତ୍ତି ନେଇ ସାରିଥିଲେ। ସେହିପରି ଗତକାଲି ପଦ୍ମ ବିଜେତାଙ୍କୁ 30 ହଜାର ଟଙ୍କା ଦେବାକୁ ଘୋଷାଣ କରିଛନ୍ତି। କିନ୍ତୁ ମାର୍ଚ୍ଚ 12 ତାରିଖରେ ନବୀନ ସରକାର 25 ହଜାର ଟଙ୍କା ଘୋଷଣା କରିସାରିଛନ୍ତି। ପ୍ରତି ମାସରେ ଆଇଏଏସ ଅଫିସରଙ୍କ ବଦଳି ହେଉଛି। ଅତିରିକ୍ତ ଦାୟିତ୍ଵ ବି ବଦଳାଯାଉଛି। ଯୋଗାଣ ସଚିବ ଭିଭି ଯାଦବଙ୍କୁ ହଠାତ୍ ପରିବର୍ତ୍ତନ କରାଗଲା। ରାସନ ପହଞ୍ଚିଲା ନାହିଁ ବୋଲି ଆମ୍ବ ଟାକୁଆ ଖାଇ ମଲେ ଦୁଇଜଣ। ସେହିପରି ଆଳୁ ସଙ୍କଟ ଦୂର କରିବାରେ ବିଫଳ। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ 7 ଲକ୍ଷ ଟଙ୍କା ମିଲରଙ୍କ ଠାରୁ ନିଆଯାଇଛି। ଏସବୁ କାରଣ ପାଇଁ କୁହାଳିଆ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ବରଖାସ୍ତ ହେବା କଥା। କିନ୍ତୁ ତାହା ନକରି କେବଳ ସଚିବଙ୍କୁ ବଦଳାଇବା ମାନେ କଣ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
Related Stories
November 12, 2024
November 12, 2024