ଭୁବନେଶ୍ୱର, ବେଦାନ୍ତ ଆସପଣ୍ଡ ପ୍ରସଙ୍ଗରେ ମିଛ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ନିଜେ ଅନୁମୋଦନ ଦେଇ ନିଜେ ପ୍ରତ୍ୟାହାର କରୁଛନ୍ତି ମନ୍ତ୍ରୀ କହି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ନିଜ ପରିଧି ବାହାରକୁ ଯାଇ କାମ କରୁଛନ୍ତି ସୁରେଶ ପୂଜାରୀ କୁଆଡେ ଗଲେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ? ମନ୍ତ୍ରୀ ଯେତେବେଳେ ସାଂସଦ ଥିଲେ ସେତେବେଳେ ଏହା ବିରୋଧରେ ଆନ୍ଦୋଳନ କରୁଥିଲେ ଏବେ ଶାସନକୁ ଆସିଲେ ନିଜେ ଅନୁମୋଦନ ଦେଉଛନ୍ତି ।
ଝାରସୁଗୁଡା ଲଖନପୁର ଠାରେ ଫ୍ଲାଏ ଆସର ଫିଲିଂକୁ ନେଇ ଯେଉଁ ବିବାଦ ସୃଷ୍ଟି ହେଉଛି ତାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା ଉପରେ ସ୍ପଷ୍ଟତା ଆସିବା ଦରକାର । ଲୋକଙ୍କୁ ଭ୍ରମିତ କରିଛନ୍ତି ମନ୍ତ୍ରୀ। ବେଦାନ୍ତ କିଛି ଜାଗା ମାଗିଥିଲା ଏହି ଜାଗା ରାଜ୍ୟ ସରକାର ଜୁଲାଇ ମାସ ମଞ୍ଜୁରୀ କଲେ ଏଇ ବର୍ଷ ଜୁନ 12 ରେ ବିଜେପି ସରକାର ହେଲା ଏବଂ ମାସେ ଭିତରେ ଏହି ପ୍ରୋଜେକ୍ଟ ମଞ୍ଜୁରୀ ଦେଲେ , ଏତେ ତରବରିଆ ଭାବରେ ମଞ୍ଜୁରୀ କାହିଁକି ଦେଲେ ବିଜେପି ଏହାର ଉତ୍ତର ଦେଇପାରିବ। ରାଜସ୍ୱ ମନ୍ତ୍ରୀ କହୁଛନ୍ତି ପୂର୍ବ ସରକାର ଏହାର ମଞ୍ଜୁରୀ ଦେଇଥିଲା , ଆମ ପାଖରେ ତଥ୍ୟ ଅଛି ମଞ୍ଜୁରୀ ଦେଇଥିଲା ବିଜେପି ସରକାର। ଲୋକଙ୍କ ସାମ୍ନା କରିବାକୁ ସତସାହସ ନାହିଁ ବା ଅତିତରେ ଯାହା କହୁଥିଲେ ତାହାକୁ ସାମ୍ନା କରିବାରେ ସତସାହସ ନାହିଁ। ବିଜେପି ସରକାରରେ ଯେଉଁ ଢାଞ୍ଚା ଚାଲିଛି ରାଜ୍ୟର ଯାହା ଘଟିବ ପୁର୍ବ ସରକାରକୁ ଦାୟୀ କରିଦେବେ । ବେଦାନ୍ତ ଅନେକ ନିୟମ କାନୁନ ଫୁ କରିଥିଲେ ସ୍ଥାନୀୟ ଲୋକ ଏଣୁ ବିରୋଧ କଲେ ପୁଣି ନଭେମ୍ବର ମାସରେ ସରକାର ପ୍ରତ୍ୟାହାର କଲେ । କେଉ ଗୁଡ଼ ରହସ୍ୟ ଲୁଚାଇବା ପାଇଁ ମିଛ କହୁଛନ୍ତି ମନ୍ତ୍ରୀ। ମନ୍ତ୍ରୀ ଯେତେବେଳେ ସାଂସଦ ଥିଲେ ସେତେବେଳେ ଏହା ବିରୋଧରେ ଆନ୍ଦୋଳନ କରୁଥିଲେ ଏବେ ଶାସନକୁ ଆସିଲେ ନିଜେ ଅନୁମୋଦନ ଦେଉଛନ୍ତି । ଏପରି ଦୋମୁହା ଚରିତ୍ର ବିଜେପି ଓ ମନ୍ତ୍ରୀ ଦେଖାଇଛନ୍ତି। ଆରଡିସି ଚିଠି ଓ ମନ୍ତ୍ରୀଙ୍କ ବିଭାଗୀୟ ଚିଠି ରେ ମନ୍ତ୍ରୀ ଆଜି ଜିଲ୍ଲା ସ୍ତରରେ ମିଟିଂ କରୁଛନ୍ତି ଡ଼ମ୍ପି ଅଫ ଫ୍ଲାଇ ଆସ । ହେଲେ ଏହା କେଉଁ ବିଭାଗର କାମ ଏହା ରାଜସ୍ୱ ବିଭାଗର କାମ ନୁହେଁ। ପରିବେଶ ବିଭାଗର କାର୍ଯ୍ୟ ସମ୍ବଲପୁର , ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାର ଅଧିକାରୀ ମାନଙ୍କ ସହିତ ବୈଠକ କରିବା ଏହା ପରିଧି ଭିତରେ ନୁହେଁ। ଏଥିରୁ ଜଣାପଡୁଛି ମନ୍ତ୍ରୀଙ୍କର କିଛି ସ୍ୱାର୍ଥ ରହିଛି ବୋଲି ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।
Related Stories
November 22, 2024