ଭୁବନେଶ୍ୱର– ଭୁବନେଶ୍ୱରରେ ପହଂଚିଛନ୍ତି ୱକଫ ସଂଶୋଧନ ବିଲ ସମ୍ପର୍କିତ ଯୁଗ୍ମ ସଂସଦୀୟ ସମିତିର ପାଞ୍ଚ ଜଣିଆ ସଦସ୍ୟ । ଟିମରେ ରହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ, ସାଂସଦ ଗୁଲାମ ନବୀ। 1995ୱାକଫ ଆଇନରେ 44 ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହା ପୂର୍ବରୁ ସଂଖ୍ୟା ଲଘୁ କମ୍ୟୁନିଷ୍ଟ ଭଲିଳି ବିଭିନ୍ନ ଷ୍ଟେକ ହୋଲଡ଼ରମାନଙ୍କୁ ନେଇ ଭିନ୍ନ ଭିନ୍ନ ରାଜ୍ୟରେ ଆଲୋଚନା କରାଯାଉଛି। ଏହା ସହ ମତାମତ ଗ୍ରହଣ କରାଯାଉଛି। ଯାହାର ଦାୟିତ୍ୱ ଯୁଗ୍ମ ସଂସଦୀୟ କମିଟି ହାତରେ ଦିଆଯାଇଛି। ଗୌହାଟି , କର୍ଣ୍ଣାଟକ ପରେ ଭୁବନେଶ୍ୱରରେ ସୋମବାର ହେବ ଆଲୋଚନା। ପୂର୍ବରୁ 25 ଟି ସିଟିଂ ଅନୁଷ୍ଠିତ ହୋଇସାରିଛି। ସାରା ଦେଶର ଆଲୋଚନାକୁ ନିଷ୍କର୍ଷ ବିଷୟ ବସ୍ତୁକୁ ନେଇ ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।
Related Stories
November 22, 2024