ଭୁବନେଶ୍ୱର– ରାଜସ୍ୱ ବିଭାଗ ଆପଣେଇଲା କଡା ଆଭିମୁଖ୍ୟ । ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବଙ୍କ ଚିଠି । ଆରଆଇ, ଏଆରଆଇ ଓ ଅମିନ ମାନେ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ବିଭାଗର ଦୃଷ୍ଟି ଗୋଚର ହୋଇଛି । ଯେଉଁଥିପାଇଁ ମାଳ ମାଳ ଜମି ଜମା ସଂକ୍ରାନ୍ତିୟ ଅଭିଯୋଗ ସରକାରଙ୍କ ନିକଟରେ ପଡ଼ି ରହିଛି । ଯେଉଁ ସବୁ ଫିଲଡ଼ ଷ୍ଟାପ ତିନି ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଗାଦି ମାଡି ବସିଛନ୍ତି ସେମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ଜମି ଜମା ସଂକ୍ରାନ୍ତିୟ ମାମଲାର ତୁରନ୍ତ ଫଇସଲା କରିବାକୁ ଜିଲ୍ଲାପାଳ ମାନେ ତହସିଲଦାର ମାନଙ୍କୁ ନିର୍ଦେଶ ଦିଅନ୍ତୁ । ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ କର୍ତ୍ତବ୍ୟରେ ଅବହେଳା କରୁଥିବା ତଥା ଭଲ ପ୍ରଦର୍ଶନ କରୁ ନଥିବା କର୍ମଚାରୀଙ୍କୁ ଆଗୁଆ ଅବସର ସରକାର ଦେଇ ପାରିବେ । ସେହି ଆଧାର ଅନୁଯାୟୀ ଜିଲ୍ଲାପାଳ ମାନେ ସମୀକ୍ଷା କରି ଏହିପରି କର୍ତ୍ତବ୍ୟରେ ଅବହେଳା କରୁଥିବା ଅଫିସରଙ୍କ କ୍ଷେତ୍ରରେ ଗତ ୪ ବର୍ଷ ମଧ୍ୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ରିପୋର୍ଟ ରାଜସ୍ୱ ବିଭାଗକୁ ଦିଅନ୍ତୁ ।
Related Stories
November 22, 2024