ପୁରୀ– ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଜି ଗଜପତି ମହାରାଜା ଦିବ୍ୟସିଂହଦେବ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଇସ୍କନର ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଙ୍ଘନ । ତେବେ ସେମାନେ ମଧ୍ୟ ଶାସ୍ତ୍ରକୁ ମାନନ୍ତି । ସେମାନେ ମଧ୍ୟ ମହର୍ଷି ବେଦବ୍ୟାସଙ୍କ ପଥକୁ ଅନୁସରଣ କରନ୍ତି । ତେଣୁ ଆମର ବିଶ୍ୱାସ ଯେ, ସେମାନେ ମାନିବେ । ଯଦି ସେମାନେ ମାନିଯିବେ, ତାହା ହେଉଛି ସବୁଠୁ ସରଳ ଏବଂ ସବୁଠୁ ଶୀଘ୍ର ସମାଧାନ । କୋର୍ଟ, କଚେରରୀକୁ ଗଲେ ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ । ଓଡ଼ିଆ ଭକ୍ତ ମାନଙ୍କର ଧର୍ଯ୍ୟ ଅନେକ, ତେବେ ଏଥର ଆମେ ଆଉ ଛାଡିବୁ ନାହିଁ । ଆମେ ଧର୍ଯ୍ୟ ରଖିବା, ପୂର୍ଣ୍ଣ ଚେଷ୍ଟା ଚାଲିଛି । ସେମାନେ ମାନିବେ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ । ତେବେ ଯଦି ସେମାନେ ନମାନନ୍ତି ତେବେ ଆଇନର ଆଶ୍ରୟ ନିଆଯିବ ।
ସେମାନେ ୩ ତାରିଖ ସ୍ନାନଯାତ୍ରାକୁ ବାତିଲ୍ କରିଛନ୍ତି, କିନ୍ତୁ ଆସନ୍ତା ୯ ତାରିଖରେ ଆମରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରାର ଆୟୋଜନ କରିବାକୁ ଯାଉଛନ୍ତି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ୧୯୬୯ରୁ ଇସ୍କନ ରଥଯାତ୍ରା ଆୟାଜନ କରିଆସୁଛି । ତେବେ ଏଥର ଚିଠି ଲେଖିବା ସତ୍ୱେ ଇସ୍କନ ମାନିଲାନି, ରଥ ଯାତ୍ରାର ଆୟୋଜନ କରୁଛି ।