ରାଉରକେଲା– ରାଉରକେଲା ଏନଆଇଟିରେ କାର୍ଯ୍ୟରତ ଜଣେ ଅବିବାହିତ ଡାକ୍ତରଙ୍କ ମୃତଦେହ ଏକ ହଲରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ତାଙ୍କ ନାମ ସନ୍ତୋଷ ହୁଗାର। ସେ ଦେଢ ବର୍ଷ ତଳେ ଏନଆଇଟିରେ କାମ ଆରମ୍ଭ କରିଥିଲେ। ସେ ଏଠାକାର ଡାକ୍ତରଖାନାରେ କାମ କରୁଥିଲେ, ଏନଆଇଟିରେ ରହୁଥିଲେ । ଆଜି ସକାଳୁ ତାଙ୍କର ମୃତଦେହ ଏକ ହଲ ରୁ ମିଳିଛି । ଖବର ପାଇ ସେକ୍ଟର-୩ ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଏନଆଇଟିରେ ଏଭଳି ଘଟଣା ଆଜି ପୁରା ମାହୋଲକୁ ସନ୍ଦେହ ଭିତରକୁ ନେଇଯାଇଛି ।
Related Stories
November 21, 2024
November 21, 2024