ବ୍ରିସବେନ(ଅଷ୍ଟ୍ରେଲିଆ)– ଭାରତୀୟ ବୈଦେଶିକ ମନ୍ତ୍ରୀ ଡଃ. ଏସ ଜୟଶଙ୍କର ଏଠାରେ ଭାରତର ନୂତନ ମହାବାଣିଜ୍ୟ ଦୂତାବାସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସେ ଏହା ପୂର୍ବରୁ ଆଜି ସକାଳେ ଏଠାରେ ଥିବା ରୋମା ଷ୍ଟ୍ରିଟ୍ ର ପାର୍କଲୈଣ୍ଡସରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ବୈଦେଶିକ ମନ୍ତ୍ରୀ ଡଃ. ଏସ ଜୟଶଙ୍କରଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହି ଅବସରର ଫଟୋ ଏବଂ ସଂକ୍ଷିପ୍ତ ବିବରଣୀ ପୋଷ୍ଟ କରାଯାଇଛି । ଜୟଶଙ୍କର ଏକ୍ସ ରେ ଲେଖିଛନ୍ତି ଯେ, ଆଜି ବ୍ରିସବେନରେ ଭାରତର ନୂତନ ମହାବାଣିଜ୍ୟ ଦୂତାବାସର ଆନୁଷ୍ଠାନିକ ଉଦଘାଟନ କରି ଖୁସି ଲାଗୁଛି । ଏହାଦ୍ୱାରା କ୍ୱିନସଲ୍ୟାଣ୍ଡ ରାଜ୍ୟ ସହିତ ଭାରତର ସମ୍ପର୍କକୁ ମଜବୁତ କରିବା, ବ୍ୟବସାୟକୁ ବୃଦ୍ଧି କରିବା ଏବଂ ପ୍ରବାସୀ ସମୁଦାୟର ସେବା କରିବାରେ ସହାୟକ ହେବ ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ଅବସରରେ ବ୍ରିସବେନରେ କ୍ୱିନସଲ୍ୟାଣ୍ଡର ରାଜ୍ୟପାଳ ଡଃ. ଜେନେଟ ୟଙ୍ଗ ଙ୍କୁ ଭେଟି ମଧ୍ୟ ଖୁସି ଲାଗିଲା । ଆମେ କ୍ୱିନସଲ୍ୟାଣ୍ଡର ରାଜ୍ୟ ସହିତ ଆର୍ଥିକ, ବ୍ୟବସାୟ ଏବଂ ନିବେଶ ସହଯୋଗକୁ ମଜବୁତ କରିବାର ଅବସର ଏବଂ ଉପାୟ ଉପରେ ଚର୍ଚ୍ଚା କରିଥିଲୁ । ମୁଁ ଆଜି ସକାଳେ ବ୍ରିସବେନରେ ରୋମା ଷ୍ଟ୍ରିଟ୍ ର ପାର୍କଲୈଣ୍ଡସରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଶାନ୍ତି ଏବଂ ସଦ୍ଭାବନା ନେଇ ତାଙ୍କ ସନ୍ଦେଶ ବିଶ୍ୱରେ ଗୁଞ୍ଜରିତ ହେଉଛି ।