 
                କେନ୍ଦୁଝର/ଘଟଗାଁ– କେନ୍ଦୁଝର ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ(ରାଜା) ଏବଂ ସାହାରପଡା ବ୍ଲକ ଅଧ୍ୟକ୍ଷା ରିନା ନାଏକ ବିଜେଡି ଛାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନବାଗତ ଦୁଇ ନେତାଙ୍କୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଛି । ତାଙ୍କ ଯୋଗଦାନରେ ଦଳ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାରେ ଆହୁରି ଶକ୍ତିଶାଳୀ ହେବ ବୋଲି ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି ।
ଉକ୍ତ ମିଶ୍ରଣ ସମୟରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଅଜୟ ସାହୁ, ହେମରଞ୍ଜନ ବାରିକ, ପ୍ରିୟବ୍ରତ ଜେନା, ମମିତା ନାଏକ, ଶିବାଜୀ ମହାନ୍ତ ବର୍ମା, ସୁଦର୍ଶନ ମହାନ୍ତ, ବୁଲୁ ବାରିକ, ନରହରି ମହାନ୍ତ, ପ୍ରୀତିପ୍ରଭା ମହାନ୍ତ, ହୀରାଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

 
                    







