ନୂଆଦିଲ୍ଲୀ– ନିର୍ବାଚନ କମିଶନର ତିନି ରାଜ୍ୟରେ 14ଟି ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ମତଦାନ ତାରିଖ ପରିବର୍ତନ କରିଛନ୍ତି । ଏବେ ଏହି ସିଟରେ ନଭେମ୍ବର 13 ବଦଳରେ ନଭେମ୍ବର 20ରେ ମତଦାନ ହେବ । ବିଭିନ୍ନ ମାନ୍ୟତା ପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳ ଓ କିଛି ସାମାଜିକ ସଙ୍ଗଠନ ନଭେମ୍ବର 13ରେ ଉପନିର୍ବାଚନ ଦିନ କିଛି ବିଧାନସଭା କ୍ଷେତ୍ରରେ ମତଦାନ ତାରିଖ ବଦଳାଇବାକୁ ନିବେଦନ କରିଥିବା ନେଇ ନିର୍ବାଚନ କମିଶନର କହିଛନ୍ତି । ସେହିଦିନ ସାମାଜିକ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକ୍ରମ ରହିଛି । ଏହି କାରଣରୁ ଲୋକଙ୍କୁ ସମସ୍ୟା ହୋଇପାରେ । ବିଭିନ୍ନ ବ୍ୟବସ୍ଥା ସଂପର୍କିତ ସମସ୍ୟା ସୃଷ୍ଟି ହୋଇପାରେ, ଏପରିକି ମତଦାନ ପରିମାଣ କମିପାରେ । ଏହି ଆବେଦନକୁ ବିଚାରକୁ ନିଆଯାଇ ମତଦାନ ନଭେମ୍ବର 20ରେ କରିବାକୁ ନିଷ୍ପତି ହୋଇଛି ।
Related Stories
November 21, 2024