ଭୁବନେଶ୍ୱର, ଓଡ଼ିଶା ଠିକାଦାର ମହାସଂଘର ସଭାପତି ଓ ସଂଘର କର୍ମକର୍ତ୍ତା ମାନେ ଆଜି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତାଙ୍କର ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡ଼ିଶା ଠିକାଦାର ମହାସଂଘର ସଭାପତି ଓ ସଂଘର ଅନ୍ୟ କର୍ମକର୍ତ୍ତା ମାନେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ବିଭିନ୍ନ ଅଭିଯୋଗ ଏବଂ ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କର ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।
Related Stories
November 21, 2024
November 21, 2024