-
ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ନିଷ୍ପତି ଉପରେ ହେବ ପୁନର୍ବିଚାର : ମନ୍ତ୍ରୀ
ଭୁବନେଶ୍ୱର– ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଇଁ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ କରାଯିବା ନିଷ୍ପତି ବଦଳାଇବେ ସରକାର । ଯଦି ପିଲାମାନେ ଏଥିପାଇଁ ପ୍ରସ୍ତୁତ ହୋଇ ନାହାନ୍ତି ତେବେ ରାଜ୍ୟ ସରକାର ଏହା ଉପରେ ପୁନର୍ବିଚାର କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ସରକାରଙ୍କ ଏହି ନିଷ୍ପତି ପ୍ରତିବାଦରେ ମଙ୍ଗଳବାର ରମାଦେବୀ ଜୁନିୟର କଲେଜ ଛାତ୍ରୀମାନେ କଲେଜ ଗେଟ୍ ରେ ତାଲା ପକାଇ ସମ୍ମୁଖ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଗତକାଲି ମଧ୍ୟ ବିଜୁ ପଟ୍ଟନାୟକ , ଦେବରାୟ , ଏକାମ୍ର କଲେଜ ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିବା ସହ ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।
ସେମାନେ ଅଭିଯୋଗ କରିଛନ୍ତି ଯେ ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍ ଜାନୁଆରୀରୁ ଏମିତି ଘୋଷଣା କରିବା ଠିକ୍ ନୁହେଁ । ଯଦି ଏହି ନିଷ୍ପତିକୁ ସରକାର ଲାଗୁ କରିବାକୁ ·ହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ । ଏପର୍ଯ୍ୟନ୍ତ ପ୍ରଥମ ବର୍ଷର ପାଠପଢା ଶେଷ ହୋଇ ନାହିଁ । ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।