ଢାକା -ଇସ୍କନ ବାଂଲାଦେଶରେ ଇସ୍କନ ବିରୋଧରେ ପ୍ରସାରିତ ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରିଛି।ଇସ୍କନ ଶନିବାର କହିଛି ଯେ ଏହାର ସଂଗଠନ ସର୍ବଦା ମାନବିକତା,ଧର୍ମ,ଶାନ୍ତି ଏବଂ ସାଂସ୍କୃତିକ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛି ଏବଂ ଏହି ଅଭିଯୋଗଗୁଡିକର ସତ୍ୟ ସହିତ କୌଣସି ସମ୍ପର୍କ ନାହିଁ।
ଏହି ପରିପ୍ରେକ୍ଷୀରେ ଇସ୍କନ ବାଂଲାଦେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜ୍ଞପ୍ତି ଜାରି କରିଛି।ଏଥିରେ ଇସ୍କନ ବାଂଲାଦେଶର ବରିଷ୍ଠ ନେତା ଚକ୍ରପାଣି ଦାସ ବ୍ରହ୍ମଚାରୀ କହିଛନ୍ତି କିଛି ଖବରକାଗଜ ଏବଂ ଗଣମାଧ୍ୟମ ମାଧ୍ୟମରେ ଇସ୍କନ ଉପରେ ଅନେକ ମିଥ୍ୟା ଏବଂ ଅପମାନଜନକ ଅଭିଯୋଗ ଆସିଛି। ସେ କହିଛନ୍ତି ଯେ ଅଭିଯୋଗ କେବଳ ଇସ୍କନର ଭାବ ମୁର୍ତ୍ତୀକୁ କ୍ଷୁର୍ଣ୍ଣ କରିବା ଏବଂ ସମାଜରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସାରିତ ହେଉଛି।ସେ ଇସ୍କନ ବିରୋଧରେ ପ୍ରସାରିତ ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଇସ୍କନର କହିବା କଥା ଯେ ସେମାନଙ୍କ ସଂଗଠନ ସର୍ବଦା ଧାର୍ମିକ,ସହିଷ୍ଣୁତା,ଜାତୀୟ ଏକତା ଏବଂ ସମାଜର ପ୍ରତ୍ୟେକ ବିଭାଗରେ ମାନବିକତାକୁ ପ୍ରଚାର-ପ୍ରସାର କରିଆସୁଛି।ସେ ଜନସାଧାରଣ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି ଯେ ସେ ଏହି ମିଥ୍ୟା ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଏବଂ ଏହା ବଦଳରେ ଇସ୍କନର ପ୍ରକୃତ କାର୍ଯ୍ୟ ଏବଂ ଉଦ୍ଦେଶ୍ୟକୁ ବୁଝିବା।
ଏହା ସହିତ ଇସ୍କନ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିଛି ଯେ ସେ ଏହି ପ୍ରକାର ମିଥ୍ୟା ଏବଂ ବିଭ୍ରାନ୍ତିକର ଖବରର ପ୍ରଚାର ଉପରେ ତୀକ୍ଷ୍ମ ନଜର ରଖନ୍ତୁ ।ସଂଗଠନ ଏହି ପ୍ରଚାରରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଯାହା ଦ୍ୱାରା ଇସ୍କନ ଏହାର ଅନୁଗାମୀମାନଙ୍କର ଧାର୍ମିକ ସ୍ୱାଧୀନତା ଏବଂ ସମ୍ମାନ ରକ୍ଷା କରାଯାଇପାରିବ।