ନୁଆଦିଲ୍ଲୀ -ବିଦେଶ ମନ୍ତ୍ରୀ ଡା. ଏସ ଜୟଶଙ୍କର 3ରୁ 8 ନଭେମ୍ବର ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଗସ୍ତ କରିବେ।
ବିଦେଶ ମନ୍ତ୍ରାଳୟ ଶନିବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଏହି ଗ୍ରସ୍ତ ସମୟରେ ବିଦେଶମନ୍ତ୍ରୀ ଜୟଶଙ୍କର ବ୍ରିସବେନ ଗସ୍ତ କରିବେ ଏବଂ ଅଷ୍ଟ୍ରେଲିଆରେ ଭାରତର ଚତୁର୍ଥ ବାଣିଜ୍ୟ ଦୁତାବାସର ଉଦଘାଟନ କରିବେ।ବିଦେଶମନ୍ତ୍ରୀ କେନବରାରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନୀ ୱୋଙ୍ଗଙ୍କ ସହ 15ତମ ବିଦେଶ ମନ୍ତ୍ରୀଙ୍କ ରୁପରେଖା ବାର୍ତ୍ତା (ଏଫଏମଏଫଡି)ର ସହ ଅଧକ୍ଷତା ମଧ୍ୟ କରିବେ। ସେ ଅଷ୍ଟ୍ରେଲୀୟ ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ରାୟସୀନା ଡାଉନ ଅଣ୍ଡରର ଉଦଘାଟନ ଅଧିବେଶନରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବେ।ବିଦେଶମନ୍ତ୍ରୀଙ୍କ ଅଷ୍ଟ୍ରେଲୀୟ ନେତୃତ୍ୱ,ସଂସଦୀୟ ସଦସ୍ୟ,ଭାରତୀୟ ପ୍ରବାସୀୟ,ବ୍ୟବସାୟ ସମ୍ପ୍ରଦାୟ,ଗଣମାଧ୍ୟମ ଏବଂ ଥିଙ୍କ ଟ୍ୟାଙ୍କର ସଦସ୍ୟଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଗ୍ରସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବିଦେଶମନ୍ତ୍ରୀ 8 ନଭେମ୍ବରକୁ ସରକାରୀ ଗ୍ରସ୍ତ ପାଇଁ ସିଙ୍ଗାପୁର ଗ୍ରସ୍ତ କରିବେ,ଏହି ସମୟରେ ସେ ଏସିଆନ -ଭାରତ ଥିଙ୍କ ଟ୍ୟାଙ୍କ ନେଟୱାର୍କର 8ତମ ଗୋଲମେଜ ସମ୍ମେଳନକୁ ସମ୍ବନ୍ଧିତ କରିବେ। ସେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଭାଗୀଦାରୀ ସମୀକ୍ଷା କରିବେ,ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବଢାଇବା ପାଇଁ ସୁଯୋଗ ଅନ୍ୱେଷଣ ପାଇଁ ସିଙ୍ଗାପୁରର ନେତୃତ୍ୱଙ୍କୁ ମଧ୍ୟ ଭେଟିବେ।