ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଝୁଲେନବାର ଗାଁ ନିକଟରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନବନିର୍ମିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡକୁ ଦୀପାବଳି ଅବସରରେ ଉଦ୍ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ l ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା ସିଂହଦେଓଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଶିବାଜି ଗୌରବ ଈଶାଲୱାର ଉପସ୍ଥିତ ଥିଲେ l
ଗ୍ରୀଡ ଉଦ୍ଘାଟନ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଟାଟା ପାୱାରର ଅଧିକାରୀ ଆଶିଷ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ l ଏହି ଗ୍ରୀଡ ସ୍ଥାପନ ଦ୍ଵାରା ୬ ଟି ଗ୍ରାମ ପଞ୍ଚାୟତର ୩୦ ଟି ଗ୍ରାମର ୫୦୦୦ ଘରୋଇ ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତ ପାଇବା ସହ, ୪୦୦ ଉଠା ଜଳସେଚନର ଉପଭୋକ୍ତା ଏବଂ ବହୁ ସଂଖ୍ୟକ ଚାଷୀମାନେ ଉପକୃତ ହେବେ l ଏହି ଅଞ୍ଚଳର ଲୋକେ ୨୪x ୭ ନିରନ୍ତର ବିଦ୍ୟୁତ ପାଇବେ, ଏହାଦ୍ଵାରା ସମସ୍ତ ବାସିନ୍ଦାଙ୍କ ଜୀବନଶୈଳୀ ଉନ୍ନତ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହଦେଓ କହିଥିଲେ l
ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୮ ମସିହାରୁ ଏହି ଗ୍ରୀଡ କାମ ଆରମ୍ଭ ହୋଇଥିଲା ଆଜି ଏହା ସମ୍ପୂର୍ଣ୍ଣ ହୋଇଛି l ଏହି ଅଞ୍ଚଳର ଲୋକଙ୍କ ଦାବି ପୂରଣ ହୋଇଛି l ଆସନ୍ତା ୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପାଟଣାଗଡ଼ ଯାଇ ବହୁବିଧ କାର୍ଯ୍ୟକ୍ରମରେ ଯୋଗଦେବେ l
Related Stories
November 21, 2024
November 21, 2024