ଭୁବନେଶ୍ୱର – ରାଜ୍ୟସଭାର ମହାସଚିବ ଶ୍ରୀ ଦେଶ୍ ଦୀପକ ବର୍ମା ମଙ୍ଗଳବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋÂରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଓଡ଼ିଶା ବିଧାନସଭା ଓ ରାଜ୍ୟସଭାର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଓଡ଼ିଶା ବିଧାନସଭାର ବିଭିନ୍ନ ଆବଶ୍ୟକତା ଓ ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନ୍ ଆଦି ବିଷୟ ଏହି ଆଲୋଚନରେ ସ୍ଥାନ ପାଇଥିଲା । ରାଜ୍ୟସଭାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ସାଂସଦମାନଙ୍କ କାର୍ଯ୍ୟଶୈଳୀ ଓ ବିତର୍କ ଅତି ଉଚ୍ଚକୋଟୀର ରହିଛି ବୋଲି ଶ୍ରୀ ବର୍ମା ପ୍ରକାଶ କରିଥିଲେ । ଶ୍ରୀ ବର୍ମା ଓଡ଼ିଶା ବିଧାନସଭାର ବିଭିନ୍ନ ଉପବିଭାଗ ଓ ବିଧାନସଭା ଗୃହ ପରିଦର୍ଶନ କରିଥିଲେ । ବାଚସ୍ପତି ଡ. ପାତ୍ର ଶ୍ରୀ ବର୍ମାଙ୍କୁ ପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତି ଏବଂ ଉପଢୌକନ ପ୍ରଦାନ କରିଥିଲେ । ଏହି ସାକ୍ଷାତ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024