ଭୁବନେଶ୍ୱର– ରାଜଧାନୀରେ ଚାଂଚଲ୍ୟ । ଡ଼ମଣା ଛକରେ ଥିବା ମା ତରଦେଇ ହୋଟେଲରେ ହତ୍ୟାକାଣ୍ଡ । ଜଣେ ହୋଟେଲ କର୍ମଚାରୀ ଆଉ ଜଣେ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା କରିଛି । ଘଟଣା ସ୍ଥଳରେ ଚନ୍ଦ୍ରଶେଖର ପୁର ଥାନା ପୋଲିସ ପହଁଚି ଖୋଳତାଡ କରୁଛି । ମୃତକ ହେଲେ ଗଂଜାମର ପିତାମ୍ବର ଜେନା । ହୋଟେଲେରେ ସେ 15 ବର୍ଷ ଧରି ରୋଷେୟା ଭାବରେ କାମ କରୁଥିଲେ । ଅଭିଯୁକ୍ତ ଫେରାର ଥିବା ବେଳେତାକୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛି । ମାଛ ନ ଦେବାରୁ ହତ୍ୟା ହୋଇଥିବା ଅଭିଯୋଗ ରହିଛି ।