ଭୁବନେଶ୍ୱର– ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଦାୟୀ କଲେ ସେବାୟତ ହରେକୃଷ୍ଣ ଖୁଣ୍ଟିଆ। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠିଙ୍କ ମନ୍ଦିର ଆସିବା , ପ୍ରଭୁଙ୍କ ଦର୍ଶନ କରିବାରେ ଅସୁବିଧା ନାହିଁ। ମନ୍ଦିର ପ୍ରଶାସନ ଏକ ନିର୍ଦିଷ୍ଟ ବୋର୍ଡ ଲଗାଇବାରେ ଆଵଶ୍ୟକତା ଅଛି, ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ମନ୍ଦିର ଭିତରେ ଫଟୋ ଉଠେଇବା ପାଇଁ ଥିବା ଗାଇଡଲାଇନ ଉପରେ ଏକ ପୋଷ୍ଟର ଲଗେଇବା ଉଚିତ। ଲୋକେ କିଭଳି ଜାଣିବେ ଏ ସବୁ ବିଷୟ। ଶିବରାତ୍ରିରେ ଏତେ କ୍ୟାମେରା ମନ୍ଦିର ଭିତରକୁ ପୁଣି କିଭଳି ଯାଉଛି । ପର୍ଯ୍ୟଟକ ମାନଙ୍କ ପାଇଁ ଯାହା ମନ୍ଦିର ପ୍ରଶାସନ ଫଟୋ ଉଠେଇବା ପାଇଁ ନିୟମ କରିଛି ତାକୁ ସାର୍ଵଜନିନ ମନ୍ଦିର ନିକଟରେ ପୋଷ୍ଟର ହିସାବରେ ଲଗାଯାଉ। ଏଭଳି ସ୍ଥିତିରେ ବଲିଉଡ ହୁଅନ୍ତୁ ବା ଯେଉଁ କୌଣସି ସ୍ଥାନରୁ ଲୋକେ ଆସିଲେ ସେମାନଙ୍କୁ ଜାଣିବାକୁ ସହଜ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସେବାୟତ ହରେକୃଷ୍ଣ ଖୁଣ୍ଟିଆ।
Related Stories
November 21, 2024
November 21, 2024