ବଲିୟା -ଜନପଦରେ ବିହାର ସ୍ପେଶାଲ ଆର୍ମ୍ସ ପୋଲିସର 18 ତମ ବାଟାଲିୟନର ଇ-କମ୍ପାନୀର ଯବାନଙ୍କୁ ନେଇ ଯାଉଥିବା ବସ ମଙ୍ଗଳବାର ରାତି ବୋରିୟା ଥାନାର ଚାନ୍ଦ ଦିୟର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସି ଓଲଟିବାରୁ ସେଥିରେ ଯାତ୍ରା କରୁଥିବା 29 ଯବାନ ଆହତ ହୋଇଛନ୍ତି।ସମସ୍ତଙ୍କୁ ସ୍ଥାନୀୟ ପୋଲିସର ସହାୟତାରେ ପ୍ରଥମେ ସୋନବରସା ସୀଏଚସୀ ଏବଂ ପୁଣି ଦଶ ଯବାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।ଏସପି ବିକ୍ରାନ୍ତ ବୀର ମଧ୍ୟ ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି।ପୋଲିସ ଅଧୀକ୍ଷକ ବିକ୍ରାନ୍ତ ବୀର ଘଟମା ବିଷୟରେ କହିଛନ୍ତି ବିହାର ପୋଲିସର ସଶସ୍ତ୍ର ବାହିନୀର ଯବାନମାନେ ଶାନ୍ତି ରକ୍ଷା ଡ୍ୟୁଟି ଦିପାବଳୀ ଏବଂ ଛଠ ପାଇଁ ଡେହରୀ ଆନ ସୋନ ସୋହତାସରୁ ବେସରକାରୀ ବସରେ ସିୱାନ ଅଭିମୁଖେ ଯାଉଥିଲେ।ଯବାନମାନେ ଦୁଇଟି ବସ ଏବଂ ଏକ ଟ୍ରକରେ ଯାତ୍ରା କରୁଥିଲେ।ମଙ୍ଗଳବାର ରାତି ପ୍ରାୟ ସାଢେ ବାରଟା ସମୟରେ ବୋରିୟା ଅଞ୍ଚଳ ଅନ୍ତର୍ଗତ ଚାନ୍ଦ ଦିୟର ପେଟ୍ରୋଲ ପମ୍ପ ନିକଟରେ ଏକ ବସ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ,ଯେଉଁଥିରେ 29 ଯବାନ ଆହତ ହୋଇଥିଲେ।10ଜଣ ଯବାନଙ୍କ ଟିକିତ୍ସା ପାଇଁ ସଦର ଡାକ୍ତରଖାନା ବଳିୟା ରେଫର କରାଯାଇଥିଲା।ଅବଶିଷ୍ଟ 19 ଯବନଙ୍କ ଚିକିତ୍ସା ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ସୋନବରସା ବୋରିୟାରେ କରାଯାଉଛି।ସମସ୍ତ ଯବାନଙ୍କ ଅବସ୍ଥା ସ୍ୱାଭାବିକ ବୋଲି କୁହାଯାଉଛି।ପୋଲିସ ଅଧୀକ୍ଷକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯବାନ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ସହ ଜିଲ୍ଲା ହସ୍ପିଟାଲକୁ ଯାଇ କଥା ହୋଇଥିଲେ।ଆହତ ଯବାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଜିଲ୍ଲା ପୋଲିସକୁ ମଧ୍ୟ ନିୟୋଜିତ କରାଯାଇଛି।
Related Stories
October 30, 2024