ରାଉରକେଲା,ଧନ ତିରସ ଦୀପାବଲୀ ଅବସର ରେ ସୁନା ରୁପା କିଣିଲେ ଘରେ ଧନ ବଢେ ବୋଲି ଯେଉଁ କଥା ରହିଛି ସେ ସୁଯୋଗକୁ ହାତ ଛଡା ନକରି ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାବାସୀ ବିଭିନ୍ନ ସୁନା ଦୋକାନରେ ଗତ ୨ଦିନ ଧରି ସୁନା ରୁପା କିଣା ଆରମ୍ଭ କରିଥିବା ବେଳେ , ଏହି ଅବସରରେ ଜିଲ୍ଲାରେ ବିହାର ଅଁଚଳର ନିମ୍ନ ମାନର ସୁନା , ୫୦ ପ୍ରତିଶତ ରୁପା ଭାଗ ଥିବା ଲକ୍ଷୀ ଗଣେଷ ରୁପା କୟେନ ଓ ମାପ ଓଜନରେ ବ୍ୟାପକ ଠକେଇ ଚାଲିଥିବା ନେଇ ସୁନା ରୁପା ବ୍ୟବସାୟ କରୁଥିବା ଜନୈକ ବେପାରୀ କହିବା ସହ ନିମ୍ନ ମାନର ସୁନା କାରବାର ଲାଗି କିଛି ବେପାରୀ ୩ବର୍ଷ ତଳେ ହଲମାର୍କ ଦେଉଥିବା ଏକ ଦୋକାନକୁ ଲାଗି ପାତି ରାଉରକେଲାରୁ ବିଦା କରିଦେଇଥିବା କଥା ମଧ୍ୟ ସେ ସୁଚନା ଦେଇଛନ୍ତି । ରାଉରକେଲା ସମେତ ଜିଲ୍ଲା ବ୍ୟାପି ଗତ ୨/୩ ଦିନ ଧରି ସୁନା ଦୋଲକାନୀ ମାନେ ବିଭିନ୍ନ ମିଡିଆରେ ନିଜ ଦୋକାନର ବ୍ୟାପକ ପ୍ରଚାର କରିବା ସହ ନାନା ପ୍ରକାର ଅଫର ମଧ୍ୟ ଦେଇଛନ୍ତି ।ଏହାକୁ ଦେଖି ଲୋକେ ମଧ୍ୟ ବିଭିନ୍ନ ଦୋକାନରେ ପ୍ରବଳ ଭିଡ ଲଗାଇଛନ୍ତି, ହେଲେ ଏତିକି ବେଳେ ଜିଏସଟି ବିଭାଗ ଏକ ସୁନା ଦୋକାନରେ ଚଢାଉ କରି ବ୍ୟାପକ ଟିକସ ଫାଙ୍କି ନେଇ କାଗଜ ପତ୍ର ଜବତ କରିଥିବା ବେଳେ, ରାଜ୍ୟ ମାପ ଓଜନ ବିଭାଗ ଓ ଅନ୍ୟାନୟ ବିଭାଗ ପୁରା ଚୁପ । ଏହାର ସୁଯୋଗ ନେଇ କିଛି ସୁନା ଦୋକାନୀ ବିହାର ଅଁଚଳରୁ ଆଣିଥିବା ନିମ୍ନ ମାନର ସୁନାରେ ତିଆରି ହୋଇଥିବା ସୁନା ଅଳଙ୍କାର କୁ ଅଫର ମାଧ୍ୟମରେ ବିକି ଲୋକଙ୍କୁ ଠକିବା ସହ ବ୍ୟାପକ ମୁନାଫା କମାଉଥିବା ଅଭିଯୋଗ ହେଉଛି ।ଜଣେ ସୁନା ଦୋକାନୀ ନିଜର ପରିଚୟ ଗୋପନ ରଖି କହିଛନ୍ତି ଏଥର ବିହାର ଛତିଶଗଡ ଅଁଚଳରୁ ଅନେକ ନିମ୍ନ ମାନର ସୁନା ଗହଣା ରାଉରକେଲା ସମେତ ଜିଲ୍ଲାକୁ ପ୍ରବେଶ କରିଛି, ଯାହାର ବିକ୍ରୀ ଏବେ ଚାଲିଛି, ଠିକ ସେହି ଭଳି ବିକ୍ରୀ ହେଉଥିବା ଲକ୍ଷ୍ମୀ ଗଣେଷ ରୁପା କଏନ ମଧ୍ୟ ନିନ୍ନ ମାନର, ଏଥିରେ ୪୦ପ୍ରତିଶତ ରୁପା ମଧ୍ୟ ନାହିଁ,ଏଥିରେ ଲୋକଙ୍କୁ ଦୋକାନୀ ସିଧାସଳଖ କଏନ ପିଛା ୫୦୦ଟଙ୍କା ଠକୁଛନ୍ତି । ଏହା ସହିତ ମାପ ଓଜନରେ ଠକେଇ ମଧ୍ୟ ଯୋରଦାର ଚାଲିଛି, ଇଲେକ୍ଟୋନିକ ଓଜନ ମେସିନ ଗୁଡିକୁ ଦୋକାନୀ ମାନେ ନିଜର ମୋବାଇଲ ଦ୍ୱାରା ନିୟନ୍ତ୍ରଣ କରି ଓଜନରେ ମଧ୍ୟ କିଛି ଦୋକାନୀ ଠକୁଛନ୍ତି । ତେବେ ଏତେ ସବୁ ଠକେଇ ପରେ ବି ଏମାନଙ୍କ ମନ ପୁରେ ନାହିଁ . ଜିଏସଟି ଠକେଇ ମଧ୍ୟ ଏମାନେ କରିଥାନ୍ତି ।ଗତକାଲି ଏଭଳି କାରବାର କରୁଥିବା ଏକ ସୁନା ଦୋକାନୀ ଉପରେ ଜିଏସଟି ବିଭାଗ ଚଢାଉ କରି ଅନେକ କାଗଜପତ୍ର ଜବତ କରିଥିବା ଜଣାପଡିଛି । ରାଉରକେଲାରେ ଗ୍ରାହାକ ମାନଙ୍କୁ ସଠିକ ମାନର ସୁନା ରୁପା କିଣିବା ଓ ଯାଂଚ ଲାଗି ୩ବର୍ଷତଳେ ସମ୍ବଲପୁରରେ ଥିବା ହଲମାର୍କ ଅଫିସ ର ଏକ ବ୍ରାଂଚ ରାଉରକେଲାରେ ଖୋଲିଥିଲା, ତେବେ ଏହି କଂପାନୀକୁ ନିଜ ଅନୁଶାରେ ଚଳାଇବା ଲାଗି ଏହି ଭଳି ୩ବର୍ଷ ତଳେ ଏକ ଧନତିରସ ସମୟରେ ୨କେଜି ସୁନାକୁ ହଲମାର୍କ କରାଇଦେବାକୁ ଜଣେ ସୁନା ଦୋକାନୀ ମାଲିକ କହିଥିଲେ, ତେବେ ସେ ସୁନା ର ମାନ କମ ଥିବାରୁ କଂପାନୀ ମନା କରିଦେଇଥିଲା, ଏତିକିରେ ତା ପଛରେ ଏହି ଠକ ଦଳ ପଡିଯାଇ ତାକୁ ରାଉରକେଲାରୁ ବିଦା କରିଦେଲେ, ବର୍ତମାନ ନକଲି ହଲ ମାର୍କ ସୁନା ଜିଲ୍ଲାରେ ହାଉଯାଉ ହେବା ସହ ଲୋକଙ୍କୁ ରିତିମତ ବେପାରୀ ଲୁଟୁଛନ୍ତି , କିନ୍ତୁ ସରକାର ନିରବ । ସମ୍ବଲପୁର ସହରରେ ବର୍ତମାନ ସୁନା ପରଖିବା ଲାଗି ହଲମାର୍କ କଂପାନୀ ଥିବା ବେଳେ ରାଉରକେଲାରେ ଏହା ନାହିଁ , ଏହାର ସୁଯୋଗ ନେଇ ସେହି ତଥାକଥିତ ସୁନା ଦୋକାନୀ ମାନେ ନାନା ଅଫର ଦେଇ ଲୋକଙ୍କୁ ଲୁଟିଚାଲିଛନ୍ତି ।ତେବେ ଏଭଳି ଖୋଲା ଖୋଲି ଠକେଇ ଚାଲିଥିବା ବେଳେ ରାଉରକେଲା ମାପଓଜନ ବିଭାଗ ବାବୁ ମାନେ ନିରବ, ଅଭିଯୋଗ କରିବାକୁ ଯାଉଥିବା ଲୋକଙ୍କୁ ଦେଖା ନକରି ଅଫିସ ର ମୁଖିଆ ଲୁଚୁଛନ୍ତି ।ଏରିଆ ନିରୀକ୍ଷକ ପଦ ଖାଲି ଥିବା ବେଳେ ଅନ୍ୟ ଜଣେ ବାବୁ ଏସବୁ କଥା ବୁଝୁଛନ୍ତି, ସେ ମଧ୍ୟ ଏନେଇ ନିରବ ।ରାଜ୍ୟ ମାପଓଜନ ବିଭାଗ ମୁଖୀଆ ପଦବୀ ଗତ ଏକ ବର୍ଷ ଧରି ଖାଲି ପଡିଥିବା ବେଳେ ଜଣେ ଆଡିଶନାଲ ସେକ୍ରେଟାରୀ (ଯୋଗାଣ ବିଭାଗ) ଏହି ଦାୟିତ୍ୱରେ ଅଛନ୍ତି ।ଗତ ୨ବର୍ଷ ହେଲା ରାଉରକେଲା ସମେତ ସୁନ୍ଦରଗଡ ଦାୟିତ୍ୱରେ ଥିବା ବାବୁ ସମ୍ବଲପୁର ଦାୟିତ୍ୱରେ ମଧ୍ୟ ରହଛ଼ନ୍ତି ।ତେବେ ମାପ ଓଜନରେ ଏଭଳି ବ୍ୟାପକ ଠକେଇ ନିୟମିତ ଚାଲିଥିଲେ ବି ସେ ଏନେଇ ପୁରା ନିରବ, ଫଳରେ ଜନସାଧାରଣ ସବୁ ଦିଗରୁ ଠକେଇର ଶୀକାର ହେଉଛନ୍ତି ଓ ସରେକାରୀ ବ୍ୟବସ୍ତା ନିରବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Related Stories
October 30, 2024