ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଦିବାସୀ ନେତା କାର୍ତ୍ତିକ ଉରାଂୱଙ୍କୁ ତାଙ୍କ ଜନ୍ମ ଶତାବ୍ଦୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ମୋଦି ଉରାଂୱଙ୍କୁ ମହାନ ନେତା କହିବା ସହ ନିଜ ପୂରା ଜୀବନ ଆଦିବାସୀ ସମୁଦାୟର ଅଧିକାରୀ ଓ ସ୍ୱାଭିମାନ ପାଇଁ ସମର୍ପିତ କରିଥିବା ବେଳେ ଆଦିବାସୀ ସଂସ୍କୃତି ଓ ପରିଚୟର ରକ୍ଷା ପାଇଁ ଆଦିବାସୀ ସମାଜର ମୁଖର ପ୍ରବକ୍ତା ଥିଲେ । ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଆଦିବାସୀ ସମୁଦାୟର ଅଧିକାର ଓ ଆତ୍ମସମ୍ମାନ ପାଇଁ ଜୀବନ ପର୍ଯ୍ୟନ୍ତ ସମର୍ପିତ ରହି ଦେଶର ମହାନ ନେତା କାର୍ତ୍ତିକ ଉରାଂୱଙ୍କୁ ତାଙ୍କ ଜନ୍ମ ଶତାବ୍ଦୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଂଜଳି । ସେ ଜନଜାତି ସମାଜର ଜଣେ ମୁଖର ପ୍ରବକ୍ତା ଥିଲେ, ଯିଏକି ଆଦିବାସୀ ସଂସ୍କୃତି ଓ ଅସ୍ମିତାର ରକ୍ଷା ପାଇଁ ନିରନ୍ତର ସଂଘର୍ଷରତ ଥିଲେ । ବଂଚିତଙ୍କ କଲ୍ୟାଣ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନ ଦେଶବାସୀଙ୍କୁ ସର୍ବଦା ପ୍ରେରିତ କରୁଥିବ ।
Related Stories
November 21, 2024