କାସରଗୋଡ– କେରଳର ନୀଳେଶ୍ୱରମ ନିକଟରେ ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ ଥେୟମ ମହୋତ୍ସବ ସମୟରେ ଭୟାବହ ଦୁର୍ଘଟଣା ଘଟିଛି, ଯେଉଁଥିରେ ଆତସବାଜି ସମୟରେ ନିଆଁ ଲାଗିବା କାରଣରୁ ଦଳାଚକଟାରେ 154ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 9ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ କାସରଗୋଡ, କନ୍ନୁର ଓ ମଙ୍ଗଲୁରୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଦୁର୍ଘଟଣା ସୋମବାର ବିଳମ୍ବିତ ରାତିରେ ହୋଇଥିଲା, ଯେଉଁଥିରେ ଅଂଜୁତାମ୍ବଲମ ଭୀରାରକାବୁ ମନ୍ଦିର ନିକଟରେ ଜମା କରି ରଖାଯାଇଥିବା ବାଣରେ ନିଆଁ ଲାଗିଯାଇଥିଲା । ଆତସବାଜି ସମୟରେ ନିଆଁ ଝୁଲ ପଡିବା କାରଣରୁ ଭୟାବହ ନିଆଁ ଲାଗିଥିଲା । ଅଘଟଣ ପରେ ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ଦଳାଚକଟା ଯୋଗୁ 154 ଲୋକ ଆହତ ହୋଇଛନ୍ତି ।