ଲକ୍ଷ୍ନୌ– ବହୁଜନ ସମାଜ ପାର୍ଟି (ବସପା)ର ରାଷ୍ଟ୍ରିୟ ଅଧ୍ୟକ୍ଷ ମାୟାବତୀ ମଙ୍ଗଳବାର ଭାଜପା ଓ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଦୁଇ ଦଳ ଏକ ହି ଥାଲି କେ ଚଟ୍ଟେ ବଟ୍ଟେ ।
ମଙ୍ଗଳବାର ଏକ୍ସ ରେ ପୋଷ୍ଟ କରି ମାୟାବତୀ କହିଛନ୍ତି ଯେ, ଦୁଇ ଦଳ ଦେଶର କୋଟି କୋଟି ଶୋଷିତ ଓ ଉପେକ୍ଷିତ ଦଳିତଙ୍କ ସଂରକ୍ଷଣ ବିରୋଧୀ । ଯାହା ପ୍ରମାଣ କରୁଛି ଯେ, ଭାଜପା କଂଗ୍ରେସ ଏକ ହି ଥାଲି କେ ଚଟ୍ଟେ ବଟ୍ଟେ । ସେମାନଙ୍କ ଦ୍ୱାରା ସମାଜ ଓ ସମ୍ବିଧାନକୁ ବିପଦ କମିନି ବରଂ ବଢିଛି ।