ଭଦ୍ରକ – ଭଦ୍ରକ ଜିଲ୍ଲା ଯାଦବ ମହାସଭା ଓ ଯୁବଯାଦବ ମହାସଭା ତରଫରୁ ଯୁବ ଯାଦବର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ ଓ ଯୁବ ଆଇନଜୀବୀ କାହ୍ନୁଚରଣ ବାରିକଙ୍କ ସଭାପତିତ୍ୱରେ ମେଡ଼ିକାଲ କଲେଜ ପାଇଁ ଏକ ଦସ୍ତଖତ ଅଭିଯାନ ଭଦ୍ରକ ବନ୍ତଛକଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ସଭା ମଧ୍ୟ ଆୟୋଜନ ହୋଇଥିଲା । ଏହି ଦସ୍ତଖତ ଅଭିଯାନରେ ଜିଲ୍ଲା ଯାଦବର ମୁଖ୍ୟ ଉପଦେଷ୍ଟା ଅମର କୁମାର ବାରିକ, ସଭାପତି ସୁବାଷଚନ୍ଦ୍ର ବାରିକ, ରାଜ୍ୟ ଯୁବଯାଦବ ସାଧାରଣ ସଂପାଦକ ପ୍ରଦୀପ କୁମାର ବାରିକ ଉପସ୍ଥିତ ରହି ଦସ୍ତଖତ ଅଭିଯାନ କରିଥିଲେ । ଏହି ଦସ୍ତଖତ ଅଭିଯାନରେ ସମସ୍ତ ପ୍ରକାର ଅଣରାଜନୈତିକ ସଂଗଠନମାନଙ୍କର ଯୋଗଦାନ ମଧ୍ୟ ଥିଲା ଓ ଭଦ୍ରକ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି, ବରିଷ୍ଠ ଆଇନଜୀବୀ ତଥା କମ୍ୟୁନିଷ୍ଠ ଦଳର ନେତା ଦିବ୍ୟସିଂ ନାୟକ, ସଂଗ୍ରାମ ଆ·ର୍ଯ୍ୟ, ପୂର୍ବତନ କାଉନସିଲର ତଥା ବୁଦ୍ଧିଜୀବୀ ସୁଦାକର ରାଉତ ମଧ୍ୟ ଉପସ୍ଥିତ ରହି ଦସ୍ତଖତ ସଂଗ୍ରହକୁ ତ୍ୱରାନ୍ୱିତ କରିଥିଲେ ।
ଏହି କାର୍ଯ୍ୟକ୍ରମର ଯାଦବ ନେତା ଲିପିକା ବାରିକ, ସତ୍ୟବ୍ରତ ଦାସ, ରାଜୁ ଦାସ, ବାପୁଜୀ ପରିଡ଼ା, ଶରତ ମହାକୁଡ଼, ପ୍ରଫୁଲ ପୃଷ୍ଟି, ମନୋଜ ପାଣ୍ଡବ, ଶେଷଦେବ ପରିଡ଼ା, ସୁଦର୍ଶନ ବାରିକ, କୃଷ୍ଣଚନ୍ଦ୍ର ବେହେରା, ରଶ୍ମିରଞ୍ଜନ ମହାକୁଡ଼ ଉପସ୍ଥିତ ରହି ଦସ୍ତଖତ ଅଭିଯାନ କରିଥିଲେ ।