ଢ଼ାକା– ବାଙ୍ଗଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ରାଜଧାନୀ ଢ଼ାକାରେ ଯାତାୟାତ ନିୟନ୍ତ୍ରିତ କରିବା ପାଇଁ ଆରମ୍ଭ ହୋଇଥିବା ମେଟ୍ରୋ ରେଳ ପ୍ରକଳ୍ପ ଉପରେ ଉଠିଛି ପ୍ରଶ୍ନ । ହସିନା ସରକାରଙ୍କ ପତନ ପରେ ଅସ୍ତିତ୍ୱରେ ଆସିଥିବା ଅନ୍ତରିଣ ସରକାର ପ୍ରକଳ୍ପର ସମୀକ୍ଷା କରିବା ନେଇ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ଉପରେ ପ୍ରଶ୍ନବାଚୀ ଲଗାଯାଇଛି । ଢ଼ାକାରୁ ପ୍ରକାଶ ପାଉଥିବା ବଙ୍ଗଳା ଖବର କାଗଜ (ଇଂରାଜୀ ସଂସ୍କରଣ) ପ୍ରୋଥୋମ ଅଲୋ ର ଖବର ଅନୁସାରେ, ପୂର୍ବତନ ହାସିନା ସରକାରର ମେଟ୍ରୋ ର ନୂତନ ମାର୍ଗ ର ଚୟନ ଉପରେ ଗମ୍ଭୀର ଆପତି କରାଯାଇଛି । ଏହା ମଧ୍ୟ ଅଭିଯୋଗ ଅଣାଯାଇଛି ଯେ, ଯେଉଁ ରାସ୍ତା ପ୍ରଥମେ ପ୍ରସ୍ତୁତି ହେବା ଆବଶ୍ୟକ ତାହାକୁ ସବୁଠୁ ପଛରେ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତି ଏକ ବିଶେଷ ସମୂହକୁ ଲାଭ ପହଂଚାଇବା ପାଇଁ କରାଯାଇଛି । ଏହି ସମୂହ ପାଇଁ ପୂର୍ବତନ ସରକାର ନିଜର ପ୍ରାଥମିକତାକୁ ବଦଳାଇଥିଲା । ତେବେ ଏହି ପ୍ରକଳ୍ପ ସମ୍ବନ୍ଧ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି ଯେ, ମେଟ୍ରୋ ରେଲ ଟ୍ରାକ୍ ର ପ୍ରାଥମିକତାରେ ସାଧାରଣ ଲୋକଙ୍କ ହିତର ଧ୍ୟାନ ଦିଆଯାଇନାହିଁ । ଏପରିକି ନିର୍ମାଣ ନିମନ୍ତେ ସ୍ଥିର ହୋଇଥିବା ରୁଟ୍ ମଧ୍ୟ ଭୁଲ୍ ଅଟେ । ପ୍ରକଳ୍ପ ଉପରେ ପ୍ରଶ୍ନ ଉଠିବା ପରେ ସଡ଼କ ଓ ପୋଲ ମନ୍ତ୍ରାଳୟ ନୂଆ କରି ପ୍ରାଥମିକତା ସ୍ଥିର କରୁଛି । ମନ୍ତ୍ରାଳୟର ପରାମର୍ଶଦାତା ଫୌଜୁଲ କବୀର ଖାନ କହିଛନ୍ତି ଯେ, ବର୍ତମାନର ପ୍ରାଥମିକତା ସୂଚୀର ସମୀକ୍ଷା କରାଯିବ ।