ଜବଲପୁର– ମଧ୍ୟପ୍ରଦେଶ ରାଜ୍ୟ ଜବଲପୁର ଜିଲ୍ଲାର ଖମରିୟା ଅର୍ଡିନେଂସ ଫ୍ୟାକ୍ଟ୍ରିରେ ୬ ଦିନ ପୂର୍ବେ ତଥା ଗତ ଅକ୍ଟୋବର ୨୨ ତାରିଖରେ ହୋଇଥିବା ବିସ୍ଫୋରଣ ପରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣର କିଛି ସମୟ ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ଏକ ଭିଡ଼ିଓ ପୋଷ୍ଟ କରାଯାଇଥିଲା । ଏହାର ତଳେ ପାକିସ୍ତାନ ଜିନ୍ଦାବାଦ ଲେଖା ଥିଲା । ଏହି ଭିଡ଼ିଓ ଯେଉଁ ଆକାଉଂଟରୁ ଶେୟାର୍ କରାଯାଇଛି, ତାହାର ୟୁଜର ନେମ୍ ଲଭ ପାକ୍ ଆର୍ମିଜ୍ ଅଟେ । ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ସୁରକ୍ଷା ଏଜେନ୍ସୀ ଗୁଡିକ ସତର୍କ ହୋଇପଡିଛନ୍ତି । ଏହି ମାମଲାକୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରିୟ ସ୍ତରରେ ଯାଂଚ୍ ର ପରିସରରେ ନିଆଯାଇଛି ।
Related Stories
November 21, 2024