ଜୟପୁର– ଅଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରି ମହାସଂଘର କୋରାପୁଟ ଜିଲା ଶାଖା ଆଜି ଜିଲାପାଳ ଭି କିତ୍ତିଭାସନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରାଯାଇଛି । ସଭାପତି ଗଙ୍ଗା ଧର ତାଙ୍ଗୁଲଙ୍କ ନେତ୍ୃତ୍ୱରେ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ୧୧ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ନୂତନ କମ୍ପାନିରେ ନିଯୁକ୍ତି କରାଯାଉ, କାର୍ଯ୍ୟ କରିବାର ସଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ, ଯଦି କେହି କର୍ମଚାରି ଓଭରଡ୍ୟୁଟି କରୁଛନ୍ତି ୧ ଘଣ୍ଟାକୁ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକା ସଂସ୍ଥାକୁ ମୁକ୍ତ କରାଇ ନୟମିତ କରାଯାଉ, ୧୨ ଘଣ୍ଟାର କାର୍ଯ୍ୟକୁ ୧୨ ଘଣ୍ଟାର ପ୍ରାପ୍ୟ ଦିଆଯାଉ, ଆମ୍ବୁଲାନ୍ସ କର୍ମିଙ୍କ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଟଙ୍କା ଓ ଆକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯାଉ ଆଦି ଦାବି ରହିଛି । ଯଦି ଦାବି ପୁରଣ ନହେବ ତେବେ ଆସନ୍ତା ୩୦ ତାରିଖରେ ଜିବିଏସ ବନ୍ଦ କରି ରୋଗୀ ସେବା କରାଯିବ । ପୁଣି ୧ ତାରିଖ ଠାରୁ ସମ୍ପୁଣ୍ଣ ଭାବେ ସମସ୍ତ କର୍ମଚାରୀ ମାନେ ରୋଗି ସେବା ବନ୍ଦ କରି ରାଜ ରାସ୍ତାକୁ ଓହ୍ଲାଇବାକୁ ସଭାପତି ଗଙ୍ଗାଧର ତାଙ୍ଗୁଲ, ସମ୍ପାଦକ ଧରଣି ଧର ସାହୁକାର, ବୁଦ୍ରା ପରଜା, କହ୍ନେଇ କୁଳଦିପ ଚେତାବନୀ ଦେଇଛନ୍ତି ।