କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା କୁ ଭଙ୍ଗ କରି ଅଦିନରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ଆୟୋଜନ କରୁଥିବା ଦେଶୀ ଓ ବିଦେଶୀ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଏହି ସମସ୍ୟାର ଦୀର୍ଘ ସ୍ଥାୟୀ ନିରାକରଣ ବ୍ୟବସ୍ଥା ପାଇଁ ଉତ୍କଳ ବିଦ୍ବତ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି |ସୂଚନା ଅନୁସାରେ
ବିଗତ ଦିନ ମାନଙ୍କ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା କୁ ଭଙ୍ଗ କରି ଅଦିନରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ବିଷୟ କୁ ନେଇ ଭକ୍ତ ସମାଜ , ପ୍ରଶାସନ , ସରକାର ଓ ଗଣ ମାଧ୍ୟମରେ ଅନେକ ଚର୍ଚା ହୋଇଛି । କିଛି ଆୟୋଜକ ନିଜର ଭୁଲ ସ୍ଵୀକାର କରି ଏ ଭଳି ଅଦିନିଆ ଉତ୍ସବକୁ ବନ୍ଦ କରିଛନ୍ତି । କିନ୍ତୁ କ୍ଷୋଭ ର ବିଷୟ ISCON ଭଳି ସଂସ୍ଥା ପୁନର୍ବାର ଅମାନିଆ ହୋଇ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଅପଭ୍ରଂଶ କରିବା ପାଇଁ ହୀନ ପ୍ରୟାସ କରି ଆମେରିକା ର ହଷ୍ଟନ ସହର ରେ ଆସନ୍ତା ନଭେମ୍ବର ତିନି ତାରିଖରେ ସ୍ନାନ ଯାତ୍ରା ଓ ନଭେମ୍ବର ନଅ ତାରିଖରେ ରଥ ଯାତ୍ରା ଆୟୋଜନ କରୁଥିବାର ପ୍ରମାଣ ମିଳିଛି । ପୂର୍ବରୁ ଏବାବଦରେ ପୂଜ୍ୟ ଗଜପତି ମହାରାଜା ଆପତ୍ତି ଉଠାଇବା ପରେ ISCON ସଂସ୍ଥା ଏଭଳି କୌଣସି ଆୟୋଜନ କରିବ ନାହିଁ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ସମ୍ମାନ ଦେବ ବୋଲି ପତ୍ର ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲା ହେଲେ ଏହାର ପୁନରାବୃତ୍ତି ଦେଖିବାକୁ ମିଳୁଛି | ତେଣୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ନିବେଦନ କରି ଦାବୀ ରଖିଛି ଯେ
୧) ଶ୍ରୀମନ୍ଦିର ପ୍ରଶାସନ ଆମେରିକା ର ହଷ୍ଟନ ସହରରେ ଥିବା ISCON ସଂସ୍ଥା ଓ ତାଙ୍କର ଅନ୍ତରାଷ୍ଟ୍ରୀୟ ମୁଖ୍ୟଙ୍କୁ ଏହି ନିୟମ ଭଙ୍ଗ ବିଷୟରେ ଅବଗତ କରାଇ ସାରା ବିଶ୍ବରେ ଏଭଳି ଆୟୋଜନ ISCON ସଂସ୍ଥା ତରଫରୁ ନ ହେବାର ପ୍ରତିଶ୍ରୁତି ଆଣନ୍ତୁ ।
୨ ) ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଭାରତ ସରକାରଙ୍କୁ ଏହି ବିଷୟ ରେ ଅବଗତ କରାଇ ଆମେରିକା ସରକାର ISCON ସଂସ୍ଥା କୁ ଏହି କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆଦେଶ ଦେବା ପାଇଁ ବ୍ୟବସ୍ଥା କରନ୍ତୁ ।
୩ ) ଶ୍ରୀମନ୍ଦିର ପ୍ରଶାସନ ଓଡିଶା ସରକାରଙ୍କ ମାଧ୍ୟମରେ ଭାରତର ସବୁ ରାଜ୍ୟ ର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା ରେ ସ୍ନାନଯାତ୍ରା ଓ ରଥ ଯାତ୍ରା ର ତିଥି ବିଷୟରେ ଅବଗତ କରନ୍ତୁ ଓ ସେମାନଙ୍କ ରାଜ୍ୟରେ ଏଭଳି ଅଦିନିଆ ଆୟୋଜନ ହେଲେ ତାହାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରନ୍ତୁ ।
ଏହି ଗୁରୁତ୍ଵପୂର୍ଣ ବିଷୟକୁ ବିଚାରକୁ ନେଇ ଅବିଳମ୍ବେ ବିଧି ମୁତାବକ କାର୍ଯ୍ୟାନୁଷ୍ଠାନ କରି ଉଜ୍ଜ୍ଵଳ ଉଦାହରଣ ସୃଷ୍ଟି କରିବାକୁ ଉତ୍କଳ ବିଦ୍ବତ ପରିଷଦର ସଭାପତି ମନୋଜ ରଥ ଅନୁରୋଧ କରିଛନ୍ତି |ପରିଷଦ ର ସଭାପତି ମନୋଜ ରଥଙ୍କ ନେତୃତ୍ୱ ରେ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳ ଶ୍ରୀ ବିଜୟ କୃଷ୍ଣ ବ୍ବ୍ରହ୍ମା , ବରିଷ୍ଠ ସେବାୟତ ଶ୍ୟାମ ସୁନ୍ଦର ମହାପାତ୍ର , ସୁକାନ୍ତ ପଣ୍ଡା ,ବିରଂଚି ନାରାୟଣ ମିଶ୍ର ପ୍ରମୁଖ ଶ୍ରୀମନ୍ଦିର ନୀତି ପ୍ରଶାସକ ଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ବିଷୟରେ ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଛନ୍ତି |
Related Stories
November 21, 2024
November 21, 2024