
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଭାରତର ଆପେକ୍ସ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଦୀପାବଳି ରେ ବାଣ ଫୁଟା ରାତ୍ର ୮ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ ୨ଘଣ୍ଟା ପାଇଁ ଜାରି ରହିବ ବୋଲି ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଅବଗତ କରାଇଛନ୍ତି।ସବୁଜ ବାଣ ବ୍ୟବହାର ସହ ସୁରକ୍ଷିତ ଭାବେ ଦୀପାବଳି ପାଳନ ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।ଛୋଟ ପିଲା ମାନେ ବାଣ ଫୁଟାଇବା ସମୟରେ ବଡ ଲୋକ ମାନେ ସେମାନଙ୍କ ନିକଟରେ ନିଶ୍ଚିତ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ସମୁଦ୍ର ରେ ସ୍ନାନ ସମୟରେ ଅଧିକ ଗଭୀର କୁ ନ ଯିବା ଓ ଲାଇଫ ଗାର୍ଡ ମାନଙ୍କ ସହାୟତା ନେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।