ନୁଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ବଡୋଦରାରେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଣ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ (ଟୀଏଏସଏଲ)ପରିସରରେ ସାମରିକ ବିମାନ ସୀ-295 ବିମାନର ନିର୍ମାଣ ପାଇଁ ଟାଟା ବିମାନ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ।
ଏହି ଅବସରରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୀ-295 ବିମାନ କାରଖାନା ନୁତନ ଭାରତର ନୁତନ କାର୍ଯ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଛି।ସେ କହିଛନ୍ତି ଟାଟା ଏୟାରବସ ବିନିର୍ମାଣ ସୁବିଧା ଭାରତ -ସ୍ପେନ ସମ୍ପର୍କ ଏବଂ ମେକ ଇନ ଇଣ୍ଡିଆ ,ମେକ ଫାଁର ଦ ୱର୍ଲଡ ମିଶନକୁ ମଜବୁତ କରିବ।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋର ବନ୍ଧୁ ପୋଡ୍ରୋ ସାଣ୍ଚେଜଙ୍କ ଏହା ପ୍ରଥମ ଭାରତ ଗ୍ରସ୍ତ ।ଆଜି ଠାରୁ ଆମେ ଭାରତ ଏବଂ ସ୍ପେନ ମଧ୍ୟରେ ଭାଗୀଦାରୀକୁ ଏକ ନୁତନ ଦିଗ ଦେଉଛୁ।ଏମେ ସି -295 ବିମାନ ନିର୍ମାଣ ପାଇଁ ଏକ କାରଖାନା ଉଦଘାଟନ କରୁଛୁ।ଏହି ଫ୍ୟାକ୍ଟ୍ରି ନା କେବଳ ଭାରତ ଏବଂ ସ୍ପେନର ସମ୍ପର୍କକୁ ମଜବୁତ କରିବ ,ବରଂ ମେକ ଇନ ଇଣ୍ଡିଆ ,ମେକ ଫାଁର ଦ ୱାର୍ଲ୍ଡ ମିଶନକୁ ମଧ୍ୟ ଦୃଢ କରିବ।