ବେଙ୍ଗାଲୁରୁ/ନୁଆଦିଲ୍ଲୀ -କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି )ମୈସୁର ସହରୀ ବିକାଶ ପ୍ରାଧିକରଣ (ଏମୟୁଡିଏ)ସହିତ ଜଡିତ ଏକ ଧନ ଶୋଧନ ମାମଲାରେ ତାଜା ଚଢାଉ କରିଛି।ଏହି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଏହି ପ୍ରସଙ୍ଗରେ ସିଦ୍ଧାରମେୟାଙ୍କ ପତ୍ନୀ ପାର୍ବତୀଙ୍କୁନିକଟରେ ଲୋକାୟୁକ୍ତ ପଚରାଉଚରା କରିଥିଲେ।
ସରକାରୀ ସୁତ୍ର ସୋମବାର କହିଛନ୍ତି ଯେ ଇଡୀ ଏମୟୁଡିଏ ସହ ଜଡିତ ଧନ ଶୋଧନ ମାମଲାରେ ଚଢାଉ କରିଛି।କେନ୍ଦ୍ର ଅନୁସନ୍ଧାନ ଏଜେନ୍ସି ଏହି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛନ୍ତି।ସୁଚନାନୁସାରେ ଇଡିର ଅଧିକାରୀ ବେଙ୍ଗାଲୁର ଏବଂ ମେସୁର ସହିତ ପ୍ରାୟ ସାତ-ଆଠଟି ସ୍ଥାନରେ ଚଢାଉ କରୁଛନ୍ତି।