କୋଲକାତା -ଆରଜି କର ମେଡିକାଲ କଲେଜର ମହିଳା ଡାକ୍ତରଙ୍କ ନ୍ୟାୟ ପାଇବା ପାଇଁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ପୁଣି ଥରେ 30 ଅକ୍ଟୋବର ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଶନିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ସମ୍ମିଳନୀ ପରେ ନିଆଯାଇଛି,ଯେଉଁଥିରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜର ଡାକ୍ତରଙ୍କ ସହ ସିଭିଲ ସୋସାଇଟିର ପ୍ରତିନିଧି ଏବଂ ବଙ୍ଗୀୟ ମନୋରଞ୍ଜନ ଶିଳ୍ପର କଳାକାର ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ ପରେ ଡାକ୍ତରମାନେ ଏକ କ୍ୟାଣ୍ଡଲ ପଦଯାତ୍ରା କରିଥିଲେ।ଆନ୍ଦୋଳନର ନେତୃତ୍ୱ ନେଉଥିବା ଅନିକେତ ମହତୋ କହିଛନ୍ତି 30 ଅକ୍ଟୋବରେ ସିବିଆଇ କାର୍ଯ୍ୟାଳୟ ବାହାରେ ରାଲି କରିବାକୁ ନିଷ୍ପତ୍ତି ନିଆଯାଇଛି।