ନୁଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଫେଣ୍ଟ୍ରୀ ଦିବସ ଅବସରରେ ରବିବାର ଦିନ ଇନ୍ଫୋଣ୍ଟ୍ରୀର ସମସ୍ତ ପଦବୀ ତଥା ଭେଟେରାନଙ୍କ ଅଦମ୍ୟ ଭାବନା ଏବଂ ସାହସକୁ ପ୍ରସଂଶା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଇନ୍ଫେଣ୍ଟ୍ରୀ ଦିବସରେ ଆମ ସମସ୍ତ ଇନ୍ଫେଣ୍ଟ୍ରୀଙ୍କ ସମସ୍ତ ପଦବୀ ଏବଂ ଭେଟେରାନଙ୍କ ଅଦମ୍ୟ ଭାବନା ଏବଂ ସାହସକୁ ନମସ୍କାର କରୁଛୁ, ଯେଉଁମାନେ ନିରନ୍ତର ଆମକୁ ସୁରକ୍ଷା ଦିଅନ୍ତି।ସେମାନେ ସର୍ବଦା କୌଣସି ପ୍ରତିକୁଳ ପରିସ୍ଥିତିର ସାମ୍ନା କରିବାକୁ ଦୃଢ ସଂକଳ୍ପର ସହିତ ଛିଡା ହୁଅନ୍ତି,ଯାହା ଆମ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରେ।ଇନ୍ଫେଣ୍ଟ୍ରି ଶକ୍ତି ବୀରତ୍ୱ ଏବଂ କର୍ତ୍ତବ୍ୟର ମୁଳ ଅଟେ,ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ।ସୁଚନାଯୋଗ୍ୟ ଯେ ଭାରତୀୟ ସେନାର ବୃହତ୍ତମ ଯୁଦ୍ଧ ଶାଖା ,ଇନ୍ଫେଣ୍ଟ୍ରୀଙ୍କ ଅବଦାନକୁ ମନେ ରଖିବା ପାଇଁ ପର୍ତି ବର୍ଷ 27 ଅକ୍ଟୋବରକୁ ଇନ୍ଫେଣ୍ଟ୍ରୀ ଦିବସ ପାଳନ କରାଯାଏ।