ଚଣ୍ଡୀଗଡ -ବିଏସଏଫ ପଞ୍ଜାବ ପୋଲିସର ମିଳିତ ସହଯୋଗରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଗତ ରାତିରେ ପଞ୍ଜାବର ତରନତାରନ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଏକ ପାକିସ୍ଥାନୀ ଡ୍ରୋନ ଜବତ କରିଛନ୍ତି।ଏହି ଡ୍ରୋନ ଧାନ କ୍ଷେତରେ ପଡିଥିବାର ଦେଖିବାକୁ ମିଳିଥିଲା।
ବିଏସଏଫ ପଞ୍ଜାବ ଦ୍ୱାରା ଜାରି ସୁଚନାନୁସାରେ ବିଏସଏଫ ଇଣ୍ଟେଲିଜେନ୍ସର ସୁଚନା ପରେ ବିଏସଏଫ ତଥା ପଞ୍ଜାବ ପୋଲିସ ମିଳିତ ଭାବେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ,ଯାହା ଅଧୀନରେ ଶନିବାର ରାତିରେ ତରନତାରନ ଜିଲ୍ଲାରେ ଗାଓଁ ୱାନ ରୁ ଡୀଜେଆଇ ମାୱିକ କ୍ଲାସିକ ଡ୍ରୋନ ଉଦ୍ଧାର କରାଯାଇଥିଲା।ଚୀନରେ ନିର୍ମିତ ଏହି ଡ୍ରୋନର ବ୍ୟବହାର ପାକିସ୍ଥାନ ଦ୍ୱାରା ନିଶା ଦ୍ରବ୍ୟ ତଥା ଅସ୍ତ୍ରଶସ୍ତ୍ର ଇତ୍ୟାଦି ଭାରତୀୟ ସୀମାରେ ପକାଇବା ପାଇଁ ବ୍ୟବହୃତ ହୁଏ।ବିଏସଏଫ ଅଭିଯୋଗରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।