- କୌଣସି ଘରୋଇ କ୍ଷେତ୍ରର ବ୍ୟାଙ୍କ ପକ୍ଷରୁ ବିଜେପୁରରେ ଏହା ପ୍ରଥମ ଶାଖା
- ଏଥିରେ ରହିବ ୨୪ ଘଂଟିଆ ଏଟିଏମ୍
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଓଡ଼ିଶାର ବରଗଡ଼ ଜିଲ୍ଲା ବିଜେପୁରରେ ଏକ ଶାଖା ଉଦ୍ଘାଟନ କରାଯାଇଛି । ବିଜେପୁରରେ ଏହା କୌଣସି ଘରୋଇ କ୍ଷେତ୍ର ବ୍ୟାଙ୍କର ପ୍ରଥମ ଶାଖା ଓ ଏହା ହେଉଛି ରାଜ୍ୟରେ ବ୍ୟାଙ୍କର ୧୫୦ତମ ଶାଖା । ଏହି ଶାଖା, ଯେଉଁଥିରେ ଏକ ୨୪ ଘଂଟିଆ ଏଟିଏମ୍ ରହିଛି ତାହା ପାରିପାଶ୍ୱିର୍କ ଅଂଚଳ ଓ ଗ୍ରାମର ଲୋକଙ୍କ ବିଭିନ୍ନ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ପୂରଣ କରିବ । ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଖୋଲାଯାଇଥିବା ୧୬ଟି ନୂଆ ଶାଖା ମଧ୍ୟରୁ ବିଜେପୁର ଶାଖା ଗୋଟିଏ । ଓଡ଼ିଶାରେ ବ୍ୟାଙ୍କର ୩୦୦ରୁ ଅଧିକ ଏଟିଏମ୍ ରହିଛି ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଶାଖାର ଭିତିପ୍ରସ୍ତର ସ୍ଥାପନ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଓଡ଼ିଶାର ବିଜେପୁରରେ ୧୫୦ତମ ଶାଖା ଖୋଲିଥିବାରୁ ମୁଁ ଆଇସିଆଇସିଆଇ ବ୍ୟାଙ୍କକୁ ଧନ୍ୟବାଦ ପ୍ରଦାନ କରୁଛି । ରାଜ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ଏହାର ଉପସ୍ଥିତିକୁ ବଢ଼ାଉଥିବା ଜାଣି ବହୁତ ଉତ୍ସାହିତ ଲାଗୁଛି । ମୁଁ ବ୍ୟାଙ୍କକୁ ଶୁଭକାମନା ଜଣାଉଛି ଏବଂ ମୋର ବିଶ୍ୱାସ ରହିଛି ଯେ ଏଠାରେ ଆଇସିଆଇସିଆଇ ବ୍ୟାଙ୍କର ଉପସ୍ଥିତି ଦ୍ୱାରା ବିଜେପୁର ବାସିନ୍ଦା ଲାଭବାନ ହେବେ ।’’
ଶ୍ରୀଯୁକ୍ତ ପ୍ରଦୋଶ ରାଉତ, ଜୋନାଲ୍ ମୁଖ୍ୟ-ରିଟେଲ୍, ଓଡ଼ିଶା ଓ ଛତିଶଗଡ଼, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଉନ୍ନତ ମାନର ବ୍ୟାଙ୍କିଙ୍ଗ ସେବା ଓ ଅଭିନବ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିବଦ୍ଧ । ବିଜେପୁରର ଶାଖାଟି ବ୍ଲକ୍ ମୁଖ୍ୟାଳୟ ପାଖାପାଖି ରହିଛି । ଏହା ଆଖାପାଖି ଗ୍ରାମର ବାସିନ୍ଦାଙ୍କ ସମେତ ଅନ୍ୟାନ୍ୟ ସଂସ୍ଥାର ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ପୂରଣ କରିବ । ଏହି ବ୍ୟାଙ୍କ ଗ୍ରାହକମାନଙ୍କ ଦୈନିନ୍ଦିକ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ପୂରଣ କରିବ ଏବଂ ଜମା ଏବଂ ଋଣ ଭଳି ବ୍ୟାପକ ବର୍ଗର ଉତ୍ପାଦ ଓ ସେବା ପାଇଁ ଏହା କେନ୍ଦ୍ର ସ୍ଥଳ ପାଲଟିବ ।’’
ଏହି ଶାଖାଟି ସୋମବାରରୁ ଶୁକ୍ରବାର ତଥା ମାସର ପ୍ରଥମ, ତୃତୀୟ ଓ ପଂଚମ ଶନିବାରରେ ସକାଳ ୯ଟା ୩୦ ମିନିଟରୁ ୩ଟା ପର୍ଯ୍ୟନ୍ତ ଖୋଲିବ । ଏହି ଶାଖା ବ୍ୟାପକ ବର୍ଗର ଖୁଚୁରା ଏବଂ ଗ୍ରାମୀଣ ବ୍ୟାଙ୍କିଙ୍ଗ ଉତ୍ପାଦ ଯଥା ସଂଚୟ ଓ ଚଳନ୍ତୀ ଖାତା, ଫିକ୍ସଡ ଏବଂ ରିକରିଂ ଡିପୋଜିଟ ଏବଂ ଗୃହ, କାର, ଦୁଇଚକିଆ, ବ୍ୟକ୍ତିଗତ ଏବଂ ଗହଣା ଭଳି ଅନ୍ୟାନ୍ୟ ଋଣ ପ୍ରଦାନ କରିବ । ଏହା କିସାନ କ୍ରେଡିଡ କାର୍ଡ ଭଳି ସୁବିଧା ଚାଷୀଙ୍କୁ ପ୍ରଦାନ କରିବ । ପୁନଶ୍ଚ, ଗ୍ରାହକଙ୍କ ପାଇଁ ଶାଖାରେ ଏକ ସେଲ୍ଫ-ସର୍ଭିସ୍ କିଓସ୍କ ରହିଛି ଯେଉଁଠାରେ ଗ୍ରାହକମାନେ ଇ-ମେଲ୍ ଆଇଡି, ପାନ୍ ନମ୍ବର ଅପ୍ଡେଟ୍ କରିବା ଏବଂ ଫଣ୍ଡ୍ ଟ୍ରାନ୍ସଫର ଭଳି ସୁବିଧା ପାଇପାରିବେ ।