ବାରାଣସୀ -ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଏଠାରେ ଥିବା ସଂପୁର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସମଗ୍ର ରାଜ୍ୟରେ ସଂସ୍କୃତ ଛାତ୍ରବୃତ୍ତି ଯୋଜନାର ଆରମ୍ଭ କରିଛନ୍ତି।କାର୍ଯ୍ୟକ୍ରମରେ 69,195 ବିଦ୍ୟାର୍ଥୀଙ୍କୁ 586 ଲକ୍ଷ ଟଙ୍କାର ଛାତ୍ରବୃତ୍ତି ବଣ୍ଟନ କରାଯାଇଥିଲା।ମଞ୍ଚରେ ମୁଖ୍ୟମନ୍ତ୍ରୀ ଏକ କିଶୋର ଛାତ୍ରଙ୍କୁ ନିଜ ହାତରେ ଚେକ ପ୍ରଦାନ କରିଥିଲେ।ରାଜ୍ୟରେ ଏହା ପ୍ରଥମ ଥର ,ଯେତେବେଳେ ପ୍ରଥମା ଠାରୁ ଆଚାର୍ଯ୍ୟ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ଏକାଠି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସଂସ୍କୃତର ସେହି ବିଦ୍ୟାଳୟଗୁଡିକୁ ସରକାର ଅନୁଦାନ ପ୍ରଦାନ କରିବେ ଯାହା ଛାତ୍ରଛାତ୍ରୀମାନଙ୍କୁ ମାଗଣା ଭଲ ଛାତ୍ରାବାସ ଏବଂ ଖାଦ୍ୟ ଯୋଗାଇବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କୌଣସି ପ୍ରୟାସ କରାଯାଇନାହିଁ ସଂସ୍କୃତ ପରିଷଦର ମାନ୍ୟତା ଦେବା ପାଇଁ।ମୁଁ ବାରମ୍ବାର ବୁଝିବାକୁ ଚେଷ୍ଟା କଲି ଯେ ସଂସ୍କୃତରୁ ପିଲାମାନେ ଦୁରକୁ କାହିଁକି ପଳାଉଛନ୍ତି?ତାପରେ ଏହା ଜଣାପଡିଲା ବିଦ୍ୟାଳୟଗୁଡିକ ମାନ୍ୟତା ପାଇନାହାନ୍ତି।ଆମେ ବିଦ୍ୟାଳୟ -କଲେଜର ସ୍ୱୀକୃତି ପାଇଲୁ।ଯେତେବେଳେ ଆମ ସରକାର ଆସିଲା 2017ରେ ସଂସ୍କୃତ ପରିଷଦକୁ ମାନ୍ୟତା ପ୍ରଦାନ କରାଗଲା।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୋମବାର ଦିନ 69195 ଛାତ୍ରଙ୍କ ଆକାଉଣ୍ଟରେ ଛାତ୍ରବୃତ୍ତି ପ୍ରଦାନ କରାଯିବ।ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସଂସ୍କୃତରେ ଛାତ୍ରମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି।ପୁର୍ବରୁ ଛାତ୍ରବୃତ୍ତି ଉପଲବ୍ଧ ନ ଥିଲା,ତାପରେ ଏଥିରେ ବୟସ ସୀମା ଯୋଗ କରାଯାଇଥିଲା।ଆମେ ସ୍ଥିର କଲୁ ଯେ ପ୍ରତ୍ୟେକ ଛାତ୍ରବୃତ୍ତି ପାଇବା ଉଚିତ।ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ସଂସ୍କୃତ କେବଳ ଦେବବାଣୀ ନୁହେଁ ବରଂ ଭୌତିକ ଜଗତର ସମସ୍ତ ସମସ୍ୟାର ବୈଜ୍ଞାନିକ ରୀତିରେ ସମାଧାନ କରିବାର ମାଧ୍ୟମ ଅଟେ। ଏହା ଉପରେ ଗବେଷଣା କରିବାର ଆବଶ୍ୟକତା ଅଛି।ଆମେ ବିଏଚୟୁରେ ବୈଦିକ ବିଜ୍ଞାନ କେନ୍ଦ୍ର ସୃଷ୍ଟି କରିଛୁ,ଯାହା ଭାରତର ପ୍ରାଚୀନ ସଂସ୍କୃତି ଉପରେ ଗବେଷଣାକୁ ପ୍ରତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଭାରତ ଦେଶକୁ ବିଶ୍ୱଗୁରୁ ଭାବରେ ପ୍ରତିଷ୍ଠିତ କରିଛି।ଏହି କାରଣରୁ ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ଆମର ସନାତନ ସଂସ୍କୃତି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଆଜି ଜୀବିତ ଅଛି।ବିଶ୍ୱକୁ ମାର୍ଗଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ସଂସ୍କୃତ ,ସଂସ୍କୃତି ଏବଂ ଭାରତୀୟ ସଭ୍ୟତା ଠିଆ ହୋଇଛି।ସମାରୋହର ଆରମ୍ଭ ସ୍ୱସ୍ତିବାଚନ ଏବଂ ମଙ୍ଗଳାଚରଣରୁ ହୋଇଥିଲା।