ଭୁବନେଶ୍ୱର– ରାଜ୍ୟରେ ଆସନ୍ତା 28 ଅକ୍ଟୋବରରୁ 3 ନଭେମ୍ବର 2024 ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରାଯିବ । ଏଥରର ବିଷୟ ହେଉଛି “ଜାତୀୟ ସମୃଦ୍ଧି ପାଇଁ ଆଦର୍ଶ ଆଚରଣର ସଂସ୍କୃତି।” ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ହେବ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନ 11ଟାରେ ସତ୍ୟନିଷ୍ଠାର ଶପଥ ଗ୍ରହଣ କରାଇବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସମ୍ମାନନୀ. ଅତିଥି ଭାବରେ ଯୋଗ ଦେବେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି ।
ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଲାଇଭ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରୀ ଅଧିକାରୀ, କର୍ମଚାରୀ , ସାର୍ବଜନିକ କ୍ଷେତ୍ରର କର୍ମଚାରୀ, ସ୍ଵୟଂସହାୟକ ଗୋଷ୍ଠୀ, ଆଶା ଓ ଆଙ୍ଗନବାଡ଼ି କର୍ମୀ ଓ ଛାତ୍ରଛାତ୍ରୀମାନେ ସମେତ ଅନେକ ଲୋକ ସମିଳିତ ହେବେ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଓଏସଡବ୍ଲୁଏନ୍ ନେଟୱାର୍କ ମାଧ୍ୟମରେ ସମସ୍ତ କଲେକ୍ଟରେଟ ଏବଂ ବ୍ଲକ କାର୍ଯ୍ୟାଳୟକୁ ଭିଡିଓ କନଫରେନ୍ସିଙ୍ଗ୍ ଦ୍ୱାରା ସଂଯୋଗ କରା ଯିବ ଯଦ୍ୱାରା ସରକାରୀ କର୍ମଚାରୀ ମାନେ ଏହି ମହତ୍ତ୍ଵପୂର୍ଣ୍ଣ ଶପଥ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ । ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ସତର୍କତା ବିଭାଗ, ତଦନ୍ତ ଅଧିକାରୀ ଓ ଲୋକ ଅଭିଯୋକତାଙ୍କୁ ସମ୍ମାନିତ କରାଯିବ।