-
୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଯୁବ ଡ଼ାକ୍ତର ମୃତ
ବଲାଙ୍ଗିର – ଟିଟିଲାଗଡ଼ ରାସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ବୀଜାଖମନ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଗତକାଲି ଚାଲିଯାଇଛି ଜଣେ ଡାକ୍ତରଙ୍କ ଜୀବନ । ମୃତ ଡାକ୍ତର ଜଣକ ଦେଓଗାଁ ଥାନା ହାତୀଶରା ଗାଁର ଡାକ୍ତର ରବୀନ୍ଦ୍ର ରାୟ (୨୮) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଡାକ୍ତର ରବୀନ୍ଦ୍ର ରାୟ ବୁଲେଟରେ ଦେଓଗାଁ ଅଭିମୁଖେ ଯାଉଥିବା ସମୟରେ ବୀଜାଖମନ ନିକଟରେ ଏକ ଅଟୋ ସହ ବୁଲେଟ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଡାକ୍ତର ରାୟ ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଗୁରୁତର ଡାକ୍ତର ରାୟଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ପରେ ଅଟୋ ଚାଳକ ଅଟୋ ଛାଡ଼ି ଫେରାର୍ ହୋଇଯାଇଛି । ଏନେଇ ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି । ସେପଟେ ନିଜ ଡାକ୍ତର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ରବୀନ୍ଦ୍ର ରାୟଙ୍କ ପୁରା ପରିବାର । ଗତ ୬ ମାସ ତଳେ ତାଙ୍କର ବାହାଘର ହୋଇଥିଲା । ପରିବାରରେ ସମସ୍ତେ ଖୁସିରେ ଥିଲେ । ତେବେ ତାଙ୍କର ହଠାତ୍ ଏଭଳି ଏକ ଘଟଣାରେ ପୁରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛି ।ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)– କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମନ କି ବାତରେ ଡିଜିଟାଲ୍ ଅରେଷ୍ଟ ଏବଂ ଡିଜିଟାଲ୍ ଫ୍ରଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ଦେଶବାସୀଙ୍କୁ ସଚେତନ ହେବାକୁ ପ୍ରେରିତ କରିବ।
ସୋସିଆଲ୍ ମିଡିଆ ଏକ୍ସରେ ସେ କହିଛନ୍ତି , “ଆଜି ପ୍ରଧାନମନ୍ତ୍ରୀ ମୋଦିଜି ମନ କି ବାତରେ ଡିଜିଟାଲ୍ ଅରେଷ୍ଟ ଏବଂ ଡିଜିଟାଲ୍ ଫ୍ରଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କଲେ । ବର୍ତ୍ତମାନ ସମୟରେ ଯେତେବେଳେ ଆମେ ଅଧିକାଂଶ କାମ ଅନଲାଇନ୍ କରୁଛୁ, ଏହିପରି ଡିଜିଟାଲ୍ ଠକେଇ ଏକ ବଡ ବିପଦ ଭାବେ ଉଭା ହୋଇଛି। ଠକାମୀ କରୁଥିବା ଲୋକ ମାନେ ବର୍ତ୍ତମାନ ସାଧାରଣ କଲ୍ ଦ୍ୱାରା ନୁହେଁ, ବରଂ ଭିଡିଓ କଲ୍, ସୋସିଆଲ୍ ମିଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ମାଧ୍ୟମରେ ଲୋକଙ୍କ କଠିନ ପରିଶ୍ରମ କରି ଅର୍ଜନ କରିଥିବା ଧକୁ ଠକିବାର ପାଇଁ ଷଡଯନ୍ତ୍ର କରୁଛନ୍ତି।”
ସେ ଆହୁରି କହିଥିଲେ, “ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଡିଜିଟାଲ୍ ସୁରକ୍ଷା ପାଇଁ ‘ ଅଟକ, ଭାବ ଏବଂ କାର୍ଯ୍ୟ କରିବା’ ମନ୍ତ୍ର ଦେଇଛନ୍ତି। ଏହି କଥା ଦେଶବାସୀଙ୍କୁ ସତର୍କ ଏବଂ ସଚେତନ ହେବାକୁ ପ୍ରେରଣା ଦେବ।”
ଆସନ୍ତୁ, ଆମେ ସମସ୍ତେ ପ୍ରଧାନମନ୍ତ୍ରୀଜିଙ୍କ ଏହି ସନ୍ଦେଶକୁ ଗୁରୁତ୍ୱର ସହ ନେବା ଓ ଯେକୌଣସି ସନ୍ଦେହଜନକ କଲ୍ ବା ଲିଙ୍କରୁ ଦୂରେଇ ରହିବା । ଯଦି କୌଣସି ଠକେଇ ଘଟଣା ଘଟେ, ତେବେ ତତ୍କ୍ଷଣାତ ଜାତୀୟ ସାଇବର୍ ହେଲ୍ପଲାଇନ୍ 1930 ରେ ସମ୍ପର୍କ କରନ୍ତୁ କିମ୍ବାcybercrime.gov.in ଉପରେ ରିପୋର୍ଟ କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଡିଜିଟାଲ୍ ସୁରକ୍ଷା ପାଇଁ ପ୍ରେରଣା ଦିଅନ୍ତୁ।