
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବାଙ୍କୀ,ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀ ମଦନମୋହନ ଙ୍କ ଅପାର କରୁଣାରୁ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅଧିନସ୍ଥ ବରପୁଟ ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ସପ୍ତଦିନାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଯାଇଛି | ଅନୁଷ୍ଠିତ ପରାୟଣ ଜ୍ଞାନଯଜ୍ଞରେ କଥାବ୍ୟାସ ପ୍ରବାଚକ ପଣ୍ଡିତ ରାମ ନିରଞ୍ଜନ ଦାସଜୀ ମହାରାଜ ଏକାଦଶ ଅଧ୍ୟାୟର ବିସ୍ତୃତ ବର୍ଣ୍ଣନା କରିଥିଲେ | ପ୍ରବଚନ ମାଧ୍ୟମରେ ଶ୍ୟମନ୍ତକ ମଣି ପ୍ରସଙ୍ଗ ,ସୁଦାମା କୃଷ୍ଣଙ୍କ ଭେଟ,ମାର୍କଣ୍ଡେୟ ଋଷିଙ୍କୁ ପ୍ରଳୟ ଦର୍ଶନ, ପରୀକ୍ଷିତ ଙ୍କ ମୋକ୍ଷ, ଭଗବାନଙ୍କ ଗୃହସ୍ଥ ଲୀଳା ଦର୍ଶନ ପାଇଁ ନାରଦଙ୍କ ଆଗମନ, ଯଦୁଵଂଶ କୁ ବ୍ରାହ୍ମଣ ଙ୍କ ଅଭିଶାପ ପ୍ରମୁଖ ପ୍ରସଙ୍ଗ ବ୍ୟାଖ୍ୟା କରିଥିଲେ | ଉଦଯାପନୀ ଉତ୍ସବରେ ବିଶ୍ୱର କଲ୍ୟାଣ,ଗୋମାତାଙ୍କ ସୁରକ୍ଷା ତଥା ଗ୍ରାମବାସୀଙ୍କ କଲ୍ୟାଣ ନିମନ୍ତେ ପୂଜା ଓ ଯଜ୍ଞ କରାଯାଇଥିଲା |ଏହି ପୁଣ୍ୟ କାର୍ଯ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଙ୍ଗ ଲାଗି ସିଂହାରୀ ସେବକ ସତ୍ୟନାରାୟଣ ସିଂହାରୀ ପଦାର୍ପଣ କରି ଉପସ୍ଥିତ ଭକ୍ତ ଏବଂ ଶ୍ରୋତା ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ | ଯଜ୍ଞରେ ଗ୍ରାମର ହରିବନ୍ଧୁ ପଣ୍ଡା ଏବଂ ସହଧର୍ମିଣୀ ଉର୍ମିଳା ପଣ୍ଡା କର୍ତ୍ତା ଭାବେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ |
କାର୍ଯ୍ୟକ୍ରମର ପୁରୋଧା ପୂଜକ ନାରାୟଣ ପଣ୍ଡା ,ପୁରୀ ତୋଟା ଗୋପୀନାଥ ମଠ ପୁରୀରୁ ଭାଗବତ ପରାୟଣ ବ୍ୟାସ ଶ୍ରୀ ପିତବାସ ଶୁକ୍ଲା, ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ପଞ୍ଚୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ |
କାର୍ଯ୍ୟକ୍ରମ ସମାଜସେବୀ ଜୟ ପ୍ରକାଶ ମିଶ୍ର,ଜଗନ୍ନାଥ ପଣ୍ଡା, ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା,ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ ଦାସ ,ଶିକ୍ଷକ ବିଜୟ ମହାନ୍ତି,ଗୁରୁବାରୀ ପଣ୍ଡା, ପ୍ରଶାନ୍ତ କୁମାର ମହାନ୍ତି, ନଗେନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |
ବରପୁଟ ଗ୍ରାମ ପଞ୍ଚାୟତର ଭାଗବତ ପ୍ରେମୀ ଉତ୍ସବକୁ ଶୃଙ୍ଖଳିତ ସମାପନ କରିବାରେ ସହଯୋଗ କରିଥିଲେ |ପରିଶେଷରେ ନିମନ୍ତ୍ରିତ ଅତିଥି ତଥା ବିପୁଳ ସଂଖ୍ୟାରେ ଉପସ୍ଥିତ ପଞ୍ଚାୟତ ବାସୀ ପ୍ରସାଦ ସେବନ କରି ସପ୍ତଦିନାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପ୍ରବଚନ ଜ୍ଞାନଯଜ୍ଞର ସାନିଧ୍ୟ୍ୟ ଲାଭ କରିଥିଲେ |